Wednesday , January 26 2022
Breaking News
Home / ବିଶେଷ / ମୁଖ୍ୟମନ୍ତ୍ରୀଙ୍କ ସହିତ ବିଶ୍ୱ ବ୍ୟାଙ୍କ କଂଟ୍ରି ଡାଇରେକ୍ଟର ଅହମ୍ମଦଙ୍କ ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କ ସହିତ ବିଶ୍ୱ ବ୍ୟାଙ୍କ କଂଟ୍ରି ଡାଇରେକ୍ଟର ଅହମ୍ମଦଙ୍କ ଆଲୋଚନା

ଭୁବନେଶ୍ୱର ,୨୩/୦୮/୨୦୧୯(ଓଡ଼ିଶା ସମାଚାର)-ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଏହାର କଂଟ୍ରି ଡାଇରେକ୍ଟର ଜୁନେଦ କମଲ ଅହମଦଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶା ର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ଆଲୋଚନା କରିଛନ୍ତି । ବିକାଶ ପ୍ରକ୍ରିୟାରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକର ଅଧିକ ଭାଗିଦୀରୀ, ଦାରିଦ୍ର‌୍ୟ ଦୂରୀକରଣ ଏବଂ ଉତମ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଳେ । ଆଗାମୀ ଦିନରେ ବିଶ୍ୱ ବ୍ୟାଙ୍କ ସହିତଅଧିକ ସହଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଦାରିଦ୍ର‌୍ୟ ଦୂରୀକରଣ ତଥା ଅନ୍ୟାନ୍ୟ ସାମାଜିକ ଅର୍ଥନୈତିକ କାର୍ଯ୍ୟକ୍ରମର ସଫଳତା ପାଇଁ ସୋସିଆଲ ରେଜିଷ୍ଟ୍ରି ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ସୂଚନାଯୋଗ୍ୟ ଯେ ବିକାଶ କ୍ଷେତ୍ରରେ ବିଶ୍ୱବ୍ୟାଙ୍କର କଂଟ୍ରି ପାର୍ଟନରସିପ୍ ଫ୍ରେମ୍ ୱାର୍କ କାର୍ଯ୍ୟକ୍ରମ ଅଧିନରେ ଦେଶର କେତେକ ରାଜ୍ୟ ସହିତ ଓଡ଼ିଶାର ଷ୍ଟ୍ରାଟେଜିକ ଷ୍ଟେଟପାର୍ଟନରସିପ୍ ରହିଛି । ଏହି କାର୍ଯ୍ୟକ୍ରମ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଚାଲିବା ଏହି କାର୍ଯ୍ୟକ୍ରମ ଅଧିନରେ ବିଶ୍ୱବ୍ୟାଙ୍କକୁ କେଉଁ କେଉଁ କ୍ଷେତ୍ରରେ ଅଧିକ ବିକାଶର ଆବଶ୍ରକତା ରହିଛି ଏବଂକେଉଁ କେଉଁ କ୍ଷେତ୍ରରେ ଅଧିକସହଯୋଗିତାର ଆବଶ୍ୟକତା ରହିଛି,ସେ ସବୁ ଚିହ୍ନଟ କରିବା ପାଇଁ ବିଶ୍ୱବ୍ୟାଙ୍କକୁ ଏକ ରାପିଡ଼ ଷ୍ଟେଟ୍ ଡାଇଗ୍ନୋଷ୍ଟିକ ଷ୍ଟଡି କରିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଆମ୍ ଆଦମୀ ପାର୍ଟି ତରଫରୁ ଗଜପତି ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି , ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ଓ ରାମସାଗର …

Leave a Reply

Your email address will not be published. Required fields are marked *