ସାଲେପୁର,୨୩/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): -ଜଣେ ମାନସିକ ଅନଗ୍ରସର ଯୁବତୀକୁ କେହି ବ୍ୟକ୍ତି ବଳାକ୍ରାର କରି ତାକୁ ୪ମାସର ଗର୍ଭବତୀ କରିଥିବା ନେଇ ଯୁବତୀର ମାମୁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ସାଲେପୁର ପୋଲିସ ଅଭିଯୋଗକୁ ଗ୍ରହଣ କରି ଥାନା କେଶ୍ ନଂ୨୦୮/୨୦୧୯ରେ ମାମଲା ରୁଜୁ କରି ଯୁବତୀ ଜଣକୁ ଆଜି ଡାକ୍ତରୀମାଇନା ପାଇଁ ପଠାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ସାଲେପୁର ଥାନା ଅଂଚଳରେ ଜଣେ ମାନସିକ ଅନଗ୍ରସର ଯୁବତୀକୁ ଉକ୍ତ ଅଂଚଳର ଜଣେ ବ୍ୟକ୍ତି ଭୟଭୀତ କରାଇ ତା’ ସହିତ ବାରମ୍ବାର ବଳାକ୍ରାର କରିବାରୁ ଯୁବତୀ ଜଣକ ୪ମାସର ଗର୍ଭବତୀ ହୋଇଛି । ଏହି ଘଟଣା ଜଣାପଡିବାପରେ ଯୁବତୀର ମାମୁ ଏହାନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସାଲେପୁର ପୋଲିସ ଅଭିଯୋଗକୁ ଗ୍ରହଣ କରିବା ସହ ଯୁବତୀର ଡାକ୍ତରୀ ମାଇନାପାଇଁ ପଠାଇବା ସହ ଏହି ଘଟଣାରେ ସଂପୃକ୍ତ ଯୁବକକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ଓଡ଼ିଶା ସମାଚାର