ସାଲେପୁର,୨୩/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ସାଲେପୁର ବ୍ଲକ୍ ଜଗତପୁର ଥାନା ଅଧିନ ପଶ୍ଚିମକଚ୍ଛ ପଂଚାୟତର ଡ଼ିହସାହି ଗ୍ରାମରେ ବୁଲା ଷଣô୍ ଆକ୍ରମଣରେ ଜନୈକା ମହିଳା ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଘଟଣାରୁ ପ୍ରକାଶ ଏହି ଗ୍ରାମର ବବିତା ସ୍ୱାଇଁ ନିଜ ଘର ପାଖରେ ଠିଆ ହୋଇଥିବା ବେଳେ ଏକ ବୁଲା ଷଣ୍ଢ ହଠାତ୍ ଦୈାଡ଼ି ଆସି ଆକ୍ରମଣ କରିଥିଲା । ଷଣ୍ଢ ଆକ୍ରମଣରେ ବବିତା ଲହୁ ଲୁହାଣ ହେବା ସହ ଗୁରୁତର ହୋଇପଡ଼ିଥିଲେ । ତାଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୈାଡ଼ି ଆସି ଷଣ୍ଢକୁ ହୁରୁଡ଼ାଇ ଦେଇ ବବିତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ତାଙ୍କ ପରିବାର ଲୋକ କଟକ ବଡ଼ ମେଡ଼ିକାଲକୁ ନେଇଥିଲେ । ବର୍ତମାନ ସାଲେପୁରର ବିଭିନ୍ନ ପଂଚାୟତର ଗ୍ରାମାଂଚଳରେ ବହୁ ସଂଖ୍ୟାରେ ବୁଲାଷଣ୍ଢ ବୁଲି ଫସଲ ନଷ୍ଟ କରିବା ସହିତ ଲୋକମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରୁଛନ୍ତି । ଏହି ମାରଣା ଷଣ୍ଢମାନଙ୍କ ଦୈାରାତ୍ମ ଯୋଗୁ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି । ଏହି ଷଣ୍ଢ ମାନଙ୍କୁ ସହରାଂଚଳରୁ ଅଣାଯାଇ ସାଲେପୁରର ଗ୍ରାମାଂଚଳରେ ଛାଡ଼ିଦିଆଯାଉଥିବା କୁହାଯାଉଛି । ଏହି ଷଣ୍ଢମାନେ କୃଷିର ବ୍ୟାପକ କ୍ଷତି ଘଟାଉଛନ୍ତି । ସ୍ଥାନୀୟ ପ୍ରଶାସନ ଘଟଣା ପ୍ରତି ଦୃଷ୍ଟି ଦେଇ ସାଲେପୁରର ଗ୍ରାମାଂଚଳରେ ବଲୁଥିବା ବୁଲା ଷଣ୍ଢମାନଙ୍କୁ ଦୂରରେ ଛାଡ଼ିବା ପାଇଁ ଦାବି ହୋଇଛି । ଓଡ଼ିଶା ସମାଚାର