ଭୁବନେଶ୍ୱର , ୨୩/୦୮/୨୦୧୯(ଓଡ଼ିଶା ସମାଚାର)-ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତ ପୂର୍ବ ଆଦେଶନାମାକୁ ବାଦ୍ ଦେଇ ୩୦ଟି ଜିଲ୍ଲା ପାଇଁ ନୂତନ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଏହିକ୍ରମରେ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପାଇଁ ପୂର୍ବତନ ବିଧାୟକ ଶ୍ରୀ ସଂଜୟ କୁମାର ଦାସବର୍ମା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରା, କଳାହାଣ୍ଡି ଜିଲ୍ଲା ପାଇଁ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ, ବରଗଡ଼ ଜିଲ୍ଲା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବଲାଙ୍ଗୀର ଜିଲ୍ଲା ପାଇଁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ଗଞ୍ଜାମ ଜିଲ୍ଲା ପାଇଁ ପୂର୍ବତନ ବିଧାୟକ ଶ୍ରୀ ମହେଶ୍ୱର ମହାନ୍ତି, ଗଜପତି ଜିଲ୍ଲା ପାଇଁ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, କନ୍ଧମାଳ ଜିଲ୍ଲା ପାଇଁ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ଢେଙ୍କାନାଳ ଜିଲ୍ଲା ପାଇଁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିଜୟ ନାୟକ, ବୌଦ୍ଧ ଜିଲ୍ଲା ପାଇଁ ଶ୍ରୀ କୃ୍ତିବାସ ପାତ୍ର, ଅନୁଗୁଳ ଜିଲ୍ଲା ପାଇଁ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ପାଇଁ ଇଂ. ନଳିନୀକାନ୍ତ ପ୍ରଧାନ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଧାୟକ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, କେନ୍ଦୁଝର ଜିଲ୍ଲା ପାଇଁ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୟୂରଭଞ୍ଜ ଜିଲ୍ଲା ପାଇଁ ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ବାଲେଶ୍ୱର ଜିଲ୍ଲା ପାଇଁ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଭଦ୍ରକ ଜିଲ୍ଲା ପାଇଁ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ବିଧାୟିକା ଶ୍ରୀମତୀ ପ୍ରମିଳା ମଲିକ, ଜଗତସିଂହପୁର ଜିଲ୍ଲା ପାଇଁ ପୂର୍ବତନ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, ପୁରୀ ଜିଲ୍ଲା ପାଇଁ ବିଧାୟକ ଶ୍ରୀ ପ୍ରଦୀପ କୁମାର ଅମାତ, ଖୋର୍ଦ୍ଧା ଜିଲ୍ଲା ପାଇଁ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ନୂଆପଡ଼ା ଜିଲ୍ଲା ପାଇଁ ଦଳର ସଂପାଦକ ଶ୍ରୀ ସୌଭାଗ୍ୟ ନାୟକ, କଟକ ଜିଲ୍ଲା ପାଇଁ ବିଧାୟିକା ଶ୍ରୀମତୀ ଉଷା ଦେବୀ, ଯାଜପୁର ଜିଲ୍ଲା ପାଇଁ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନୟାଗଡ଼ ଜିଲ୍ଲା ପାଇଁ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ଝାରସୁଗୁଡ଼ା ଜିଲ୍ଲା ପାଇଁ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ଓଡ଼ିଶା ସମାଚାର