Sunday , October 24 2021
Breaking News
Home / ତାଜା ଖବର / ପୋଲିସ୍ ସାଜିଲା ଲୁଟେରା – ୩ ପୋଲିସ୍ କର୍ମଚାରୀ ଗିରଫ ଓ ନିଲମ୍ବିତ

ପୋଲିସ୍ ସାଜିଲା ଲୁଟେରା – ୩ ପୋଲିସ୍ କର୍ମଚାରୀ ଗିରଫ ଓ ନିଲମ୍ବିତ

 କଟକ,୨୩/୦୮/୨୦୧୯(ଓଡ଼ିଶା ସମାଚାର)- ବାଡ଼ ଯଦି ଫସଲ ଖାଇବ ତେବେ କହିବା କହାକୁ ? ।  ପୋଲିସ୍ ପେଟ୍ରୋଲିଂ କରୁଥିଲେ ସାଧାରଣ ଜନତାଙ୍କୁ ସାହାଯ୍ୟ କରିବା ପାଇଁ, ରାସ୍ତାରେ କିଏ ଅସୁବିଧାର ସମ୍ମୁଖୀନ ହେଲେ , ଲୁଟେରାଙ୍କ ସମ୍ମୁଖୀନ ହେଲେ , ଦୁର୍ଘଟଣାର ସମ୍ମୁଖୀନ ହେଲେ , ଡ଼କାୟତ , ଅସାମାଜୀକ ଦୁର୍ବୃତଙ୍କ ହାବୁଡ଼ରେ ପଡ଼ିଲେ ତାଙ୍କୁ ସାହାଯ୍ୟ କରିବା , କିନ୍ତୁ ସାହାଯ୍ୟ କରିବା ବଦଳରେ ଯଦି ନିଯେ ପୋଲିସ ଲୁଟେରା ସାଜନ୍ତି ତେବେ କଥାଟା ସରିଗଲା । ଏମିତି ଏକ ତାଜା ଘଟଣା ଘଟିଛି ଟାଙ୍ଗୀ ଥାନା ଅଂଚଳରେ ।  ପୁରୀର ଜଣେ ବ୍ୟବସାୟୀ କାର ରେ ପୁରୀ ଫେରୁଥିବାବେଳେ ଟାଙ୍ଗୀଥାନା ଅନ୍ତର୍ଗତ ନିର୍ଗୁଣ୍ଡି ଠାରେ ଥିବା ଟୋଲ ଗେଟ ନିକଟରେ ଟାଙ୍ଗୀଥାନାର କର୍ମଚାରୀ ପେଟ୍ରୋଲିଂ କରୁଥିବାବେଳେ ତାଙ୍କ କାର ଅଟକାଇ କମିଶନରେଟ ପୋଲିସ୍ ର ପରିଚୟ ଦେଇ ତାଙ୍କ କାର ଯାଂଚ କରିଥିଲେ ଓ ଧମକ ଦେଇ ଯୋର ଜବରଦସ୍ତ କାର ରେ ଥିବା ଦେଢ଼ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଗ୍ରାମାଂଚଳ ଏସପି ଓ ଏସଡ଼ିପିଓ ଟାଙ୍ଗୀ ଥାନାରେ ପହଂଚି ତଦନ୍ତ କରିଥିଲେ । ତଦନ୍ତ ବେଳେ ଟାଙ୍ଗୀ ଥାନାର ୨ ଜଣ ହୋମଗାର୍ଡ଼ ଓ ଜଣେ କନେଷ୍ଟବଳ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା ଓ ତାଙ୍କ ଠାରୁ ୧ ଲକ୍ଷ ୪୭ ହଜାର ଟଙ୍କା ଜବତ କରାଯାଇଥିଲା । ପୋଲିସ ଡ଼ିଜିଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ ୩ ଜଣଙ୍କୁ ଗ୍ରାମାଂଚଳ ଏସପି ନିଲମ୍ବିତ କରିଛନ୍ତି । ଏଥିସହିତ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *