Friday , October 22 2021
Breaking News
Home / ରାଜନୀତି / ଛାତ୍ରନେତାମାନଙ୍କର ରାଜ୍ୟସ୍ତରୀୟ କମିଟି ଗଠନ

ଛାତ୍ରନେତାମାନଙ୍କର ରାଜ୍ୟସ୍ତରୀୟ କମିଟି ଗଠନ

ଭୁବନେଶ୍ୱର , ୨୩/୦୮/୨୦୧୯(ଓଡ଼ିଶା ସମାଚାର)-ବିଜୁ ଜନତା ଦଳ ସରକାର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ନିଷ୍ପତିକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବିଜୁ ଜନତା ଦଳ ସରକାର ଦୀର୍ଘ ୧୯ ବର୍ଷରୁ ଉଦ୍ଧ୍ୱର୍ ରାଜ୍ୟ ଶାସନ କରୁଥିଲେ ମଧ୍ୟ ର‌୍ୟାଗିଙ୍ଗମୁକ୍ତ ଶିକ୍ଷାନୁଷ୍ଠାନ ଓ ହିଂସାମୁକ୍ତ ନିର୍ବାଚନ ପରିଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଶିକ୍ଷା ଅଧିକାର ଆଇନ୍କୁ କାର୍ଯ୍ୟକାରୀ କରିବାରେ ମଧ୍ୟ ବିଫଳ ହୋଇଛନ୍ତି । ଅର୍ଥାତ୍ ଶତପ୍ରତିଶତ ୬ ରୁ ୧୪ ବର୍ଷ ବାଳକ ବାଳିକା ଶିକ୍ଷା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଶିକ୍ଷା ଗ୍ରହଣ ଶେଷରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି କିମ୍ବା ରୋଜଗାର କିମ୍ବା ବେରୋଜଗାରୀ ଭତା ଦେବାରେ ବିଫଳ ହୋଇଛନ୍ତି । ଶତପ୍ରତିଶତ ହିଂସାମୁକ୍ତ କ୍ୟାମ୍ପସ ଗଠନରେ ମଧ୍ୟ ବିଫଳ ହୋଇଛନ୍ତି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ରାଉତ ବିଜୁ ଜନତା ଦଳ ସରକାରକୁ ତୀବ୍ର ନିନ୍ଦା କରିଛନ୍ତି ।

ସାରା ଓଡ଼ିଶାର ଶତପ୍ରତିଶତ ବିଶ୍ୱବିଦ୍ୟାଳୟ, ପ୍ରତି ମହାବିଦ୍ୟାଳୟ ଓ ହାଇସ୍କୁଲ୍ ପାଇଁ ୫ଜଣ ବାଳକ ଓ ୫ଜଣ ବାଳିକାଙ୍କୁ ନେଇ ୧୦ ଜଣିଆ କମିଟି ଗଠନ କରାଯିବ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ପକ୍ଷରୁ ନିଷ୍ପତିି ନିଆଯାଇଛି । ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜର ନାମ, ଶିକ୍ଷାନୁଷ୍ଠାନର ନାମ, ଶ୍ରେଣୀ, ମୋବାଇଲ୍ ନମ୍ବର ଓ ହ୍ୱାଟସଆପ୍ ନମ୍ବର ଲେଖ ୮୪୮୦୨୬୬୦୧୫ ଏବଂ ୮୪୮୦୨୬୬୦୧୭କୁ ଏସଏମଏସ୍ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ସଭାପତି ରମେଶ ରାଉତ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝି ଦଳ ଛାଡ଼ିଲେ

ଭୁବନେଶ୍ୱର,୨୨/୧୦/୨୦୨୧(ଓଡ଼ିଶା ସମାଚାର)- କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝି କଂଗ୍ରେସର ପ୍ରାଥମିକତା ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ମାଝି …

Leave a Reply

Your email address will not be published. Required fields are marked *