Tuesday , December 7 2021
Breaking News
Home / କୃଷି / କୃଷି ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ୨ ଟି ଏମଓୟୁ ସ୍ୱାକ୍ଷର କଲା ଆପିକଲ

କୃଷି ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ୨ ଟି ଏମଓୟୁ ସ୍ୱାକ୍ଷର କଲା ଆପିକଲ

ଭୁବନେଶ୍ୱର,୨୩/୦୮/୨୦୧୯(ଓଡ଼ିଶା ସମାଚାର)- କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା ୨୦୧୮ର ପ୍ରଚଳନ ନିମନ୍ତେ ପ୍ରଦାନ ନାମକ ସଂସ୍ଥା ଓ ଆପିକଲ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ୧୨ ଟି ଜିଲ୍ଲାର ୪୦ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍ ରେ ୧୦୦୦ ଜଣ କୃଷି ଉଦ୍ୟୋଗୀଙ୍କୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନପାଇଁ ଚୟନ କରାଯିବ ଏବଂ ସଶକ୍ତିକରଣ କରାଯିବ । ଏହାଦ୍ୱାରା ପ୍ରତି ଉଦ୍ୟୋଗୀ ୨୦୦ରୁ ଉଦ୍ଧ୍ୱର୍ କ୍ଷୂଦ୍ର, ନାମମାତ୍ର ଚାଷୀଙ୍କୁ କୃଷି କ୍ଷେତ୍ରରେ ଉପôାଦନ ବୃଦ୍ଧି କରି ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବେ । ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ । ୨ ଲକ୍ଷ ଚାଷୀଙ୍କୁ କୃଷି , ଉଦ୍ୟାନ କୃଷି , ମତ୍ସ୍ୟ ଓ ପଶୁ ପାଳନ ତଥା କୃଷି ଯାନ୍ତ୍ରୀକରଣ ମାଧ୍ୟମରେ ଉପôାଦନ ବୃଦ୍ଧି କରି ଆତ୍ମନିର୍ଭରଶୀଳ ହେବା ପାଇଁ ସହାୟକ ହେବ । ଏହି ଯୋଜନା କୃଷି ଉଦ୍ୟୋଗୀ ସମ୍ପୃକ୍ତ ଅଂଚଳର କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଏକକ ସେବା ପ୍ରଦାନକାରୀ ରୂପେ କାର୍ଯ୍ୟ କରିବ । ଏହାସହ କୃଷକ ଉତ୍ପାଦନ ସଂଖ ଓ ଆଗ୍ରହୀ କୃଷକ ଗୋଷ୍ଠୀମାନଙ୍କୁ ନେଇ ଉଦ୍ୟୋଗୀ ନିଜ ଅଂଚଳର କ୍ଷୂଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକ ଉଦ୍ୟୋଗୀଙ୍କୁ ଆକୃଷ୍ଟ କରିବାପାଇଁ ଆପିକଲ ଓ ଜନସେବାକେନ୍ଦ୍ର ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ସ୍ୱାକ୍ଷର ହେବା ଫଳରେ ଗ୍ରାମାଂଚଳରେ ଏମକେୟୁୱାଇ ଯୋଜନାରେ କୃଷି , ଉଦ୍ୟାନକୃଷି , ମତ୍ସ୍ୟଚାଷ ,ପଶୁପାଳନ ତଥା ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଜନସେବା କେନ୍ଦ୍ର ଉତ୍ସାହୀ ଉଦ୍ୟୋଗୀ ମାନଙ୍କୁ ପଂଜୀକରଣ ସୁଯୋଗ ଯୋଗାଇବ । ଏହା ବ୍ୟତୀତ ଜନସେବା କେନ୍ଦ୍ର ମାଧ୍ୟମରେ ଉତ୍ସାହୀ ଉଦ୍ୟୋଗୀମାନଙ୍କୁ ଅନଲାଇନ୍ ପକ୍ରିୟା ସମ୍ବନ୍ଧରେ ପ୍ରଶିକ୍ଷଣ ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଡ.ଅରୁଣ ସାହୁ , କୃଷି ଉପôାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ , କୃଷି ନିର୍ଦ୍ଧେଶକ ମୁଥୁ କୁମାର , ଉଦ୍ୟାନ କୃଷି ନିର୍ଦ୍ଧେଶକ ବିଜୟ କୁମାର ଉପାଧ୍ୟାୟଙ୍କ ସମେତ କୃଷି ବିଭାଗ , ଆପିକଲ ଓ ଜନସେବା କେନ୍ଦ୍ର ର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପବନ ବର୍ଷାରେ ଜିଲ୍ଲାର ହଜାର ହଜାର ଏକର ଜମି ଜଳମଗ୍ନ

କେନ୍ଦ୍ରାପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ଶୁକ୍ରବାର ରାତିରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାରେ ୧୧୩ମି.ମି. ବର୍ଷା ହୋଇଥିବା ରେକର୍ଡ ହୋଇଛି । …

Leave a Reply

Your email address will not be published. Required fields are marked *