Sunday , October 17 2021
Breaking News
Home / ବିଶେଷ / କଟକ ଜିଲ୍ଲାପାଳଙ୍କ ସାଲେପୁର ଗସ୍ତ, ମିଶନ୍ ଜିରୋ ଫେଲ୍ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଲେ

କଟକ ଜିଲ୍ଲାପାଳଙ୍କ ସାଲେପୁର ଗସ୍ତ, ମିଶନ୍ ଜିରୋ ଫେଲ୍ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଲେ

ସାଲେପୁର,୨୩/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): -ସାଲେପୁର ଅଂଚଳରେ ଶିକ୍ଷାର ବିକାଶ ଅଧିକରୁ ଅଧିକ ସୁଦୃଢ଼ ହେବା ଓ ସରକାରଙ୍କ ପକ୍ଷରୁ ନୂତନ ଭାବେ କାର୍ଯ୍ୟକାରୀ ହେଉଥିବା ମିଶନ୍ ଜିରୋ ଫେଲ୍ କାର୍ଯ୍ୟକ୍ରମକୁ ଏହି ଅଂଚଳରେ ସୁଚାରୁ ରୂପେ କାର୍ଯ୍ୟକାରୀ କରିବାପାଇଁ କଟକ ଜିଲ୍ଲାପାଳ ଭବାନି ଶଙ୍କର ଚଇନି ସାଲେପୁର ବ୍ଲକ୍ର ବହୁଗ୍ରାମ ହାଇସ୍କୁଲ ଓ ପଦ୍ମପୁର ହାଇସ୍କୁଲ ଗସ୍ତ କରି  ବିଦ୍ୟାଳୟରେ କିଭଳି ପାଠପଢ଼ା ଚାଲିଛି, ସେ ସଂପର୍କରେ ସିଧାସଳଖ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତା ହେବା ସହ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ । ସେହିପରି ସରକାରଙ୍କ ପକ୍ଷରୁ ମିଶନ୍ ଜିରୋ ଫେଲ୍ ଯୋଜନା ସଂପର୍କରେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅବଗତ କରାଇଥିଲେ । ପଦ୍ମପୁର ହାଇସ୍କୁଲରେ କିଭଳି ଏହି ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ସାଲେପୁର ତହସିଲଦାରଙ୍କୁ ଦାୟିତ୍ୱ ଦେଇଥିଲେ । ସେହିପରି ବହୁଗ୍ରାମସ୍ଥିତ ବିବେକାନନ୍ଦ ବିଦ୍ୟାପୀଠରେ ଜିଲ୍ଲାପାଳ ପହଂଚି ବିଦ୍ୟାଳୟରେ କିଭଳି ପାଠପଢ଼ା ଚାଲିଛି, ସରକାରଙ୍କ ସମସ୍ତ ଯୋଜନା ଏଠାରେ କାର୍ଯ୍ୟକାରୀ ହେଉଛି କି ନାହିଁ ସେ ସଂପର୍କରେ ତଦାରଖ କରିଥିଲେ । ସରକାରଙ୍କ ନୂତନ ମିଶନ୍ ଜିରୋ ଫେଲ୍ କାର୍ଯ୍ୟକ୍ରମ ସଂପର୍କରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅବଗତ କରାଇଥିଲେ । ଏହି ବିଦ୍ୟାଳୟର ଶିକ୍ଷାଦାନରେ ଉନ୍ନତି ହେବ ସେ ଦିଗରେ ଏହାକୁ ତଦାରଖ କରିବାପାଇଁ ସାଲେପୁର ବିଡ଼ିଓଙ୍କୁ ଦାୟିତ୍ୱ ଦେଇଥିଲେ । ପରେ ଜିଲ୍ଲାପାଳ ଅପରାହ୍ଣରେ ସାଲେପୁର ତହସିଲ କାର୍ଯ୍ୟାଳୟରେ ପହଂଚି ସରକାରୀ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ତହସିଲଦାର ପଦ୍ମଜା ଦାଶ, ବିଡ଼ିଓ କିଶୋର କୁମାର ପଣ୍ଡା, ସାଲେପୁର ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

 

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *