ଭୁବନେଶ୍ୱର ,୨୩/୦୮/୨୦୧୯(ଓଡ଼ିଶା ସମାଚାର)-ଚଳିତ ବର୍ଷ କଲେଜ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରସଂସଦର ନିର୍ବାଚନ ନ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ନେଇଛି । ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷ ଏବଂ ବିଶ୍ୱ ବିଦ୍ୟାଳୟର କୁଳପତି ମାନଙ୍କୁ ଶାସନ ସଚିବ ଶାସ୍ୱତ ମିଶ୍ର ଚିଠି ଲେଖି ଜଣାଇଛନ୍ତି । ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ନିର୍ବାଚନ ପରିବର୍ତେ ଛାତ୍ର ପ୍ରତିନିଧି ମନୋନୟନ କରାଯିବ ବୋଲି ଏହି ଚିଠିରେ ଦର୍ଶାଯାଇଛି । ଓଡ଼ିଶା ସମାଚାର