Sunday , October 17 2021
Breaking News
Home / ଶିକ୍ଷା / ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମୀକ୍ଷା ବୈଠକ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମୀକ୍ଷା ବୈଠକ

ଭୁବନେଶ୍ୱର ,୨୩/୦୮/୨୦୧୯(ଓଡ଼ିଶା ସମାଚାର)-ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଚ୍ଚ ମାଧ୍ୟମିକଶିକ୍ଷା ପରିଷଦ ବୈଠକର ସମୀକ୍ଷା କରି କହିଲେ ଯେ ରାଜ୍ୟର ଯୁକ୍ତ-୨ରେ ଅଧ୍ୟୟନରତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଶୃଙ୍ଖଳିତ ଓ ସୁଚାରୁ ରୂପେ ପରିଚାଳନା କରିବା ଏବଂ ଠିକ୍ ସମୟରେ ଏହାର ପରୀକ୍ଷା ଫଳପ୍ରକାଶ କରିବା ସଂପର୍କରେ ଉପସ୍ଥିତ ବିଭାଗୀୟ କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ବିଭାଗୀୟ ଅଧିକାରୀ ଏବଂକର୍ମଚାରୀମାନେ ସୁଚାରୁ ଭାବେ ଏହି ପରୀକ୍ଷା କାର୍ଯ୍ୟକୁ ତଦାରଖ କରିବା ସଂପର୍କରେ କର୍ମକର୍ତାମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ସଚିବ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଉଚ୍ଚ ମାଧ୍ୟମିକ ପରିଷଦ, ଓଡ଼ିଶା,ଭୁବନେଶ୍ୱରର ସମସ୍ତ ଅଧିକାରୀ ଓ ପଦାଧିକାରୀବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା, ବିଶ୍ୱବିଦ୍ୟାଳୟ ତାଲିକାରେ ହେଲା ଅନ୍ତର୍ଭୁକ୍ତ

 କଟକ ସଦର, ୧୫/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ର ଛାତ୍ରୀଙ୍କୁ ନୂଆ ପରିଚୟ ଦେଵା …

Leave a Reply

Your email address will not be published. Required fields are marked *