Sunday , October 24 2021
Breaking News
Home / ତାଜା ଖବର / ସ୍ୱାମୀର ଟାଙ୍ଗିଆ ଆକ୍ରମଣରେ ସ୍ତ୍ରୀ ମୃତ – ସ୍ୱାମୀ ଗିରଫ

ସ୍ୱାମୀର ଟାଙ୍ଗିଆ ଆକ୍ରମଣରେ ସ୍ତ୍ରୀ ମୃତ – ସ୍ୱାମୀ ଗିରଫ

ଢେଙ୍କାନାଳ ୨୨/୦୮/୨୦୧୯(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କାରନ୍ଦାପଂଚାୟତ ମାନିଆନାଳି ଗାଁରେ ପାରିବାରିକ ସମସ୍ୟା ତଥା ଅର୍ଥାଭାବ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀକୁ ସ୍ୱାମୀ ହତ୍ୟାକରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗ୍ରାମର ପ୍ରଦୀପ ରାଉତ ଗତ ୩ ବର୍ଷ ଧରି କିଡନୀ ରୋଗରେ ପୀଡିତ ଥାଇ କଟକରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଉଭୟ କିଡନୀ ଖରାପ ଥିବା ଯୋଗୁଁ ରୋଗ ପାଇଁ ଖର୍ଚ୍ଚାନ୍ତ ହୋଇ ଅର୍ଥାଭାବରେ ରହିଥିଲେ । ଏପରିକି ସେ ଜଣେ ଶ୍ରମିକ ହୋଇଥିବାରୁ ଏହି ରୋଗପାଇଁ ଶ୍ରମ କାର୍ଯ୍ୟ କରି ନ ପାରିବା ଯୋଗୁଁ ତାଙ୍କ ପତ୍ନୀ ଭାରତୀ କଷ୍ଟେମଷ୍ଟେ ପରିବାରକୁ ପ୍ରତିପୋଷଣ କରୁଥିଲେ । ଚିକିତ୍ସା ପାଇଁ କଟକ ଯିବାକୁ ଅର୍ଥ ଯୋଗାଡ ହୋଇନ ପାରିବା ତଥା ଅର୍ଥାଭାବ ଯୋଗୁଁ ପିଲାଙ୍କ ପାଠପଢା ଏବଂ ବିଧବା ମାଆଙ୍କ ଭରଣପୋଷଣ ପାଇଁ ଗତ ୪ ଦିନ ଧରିପ୍ରଦୀପ ନିଜର ମାନସିକ ଭାରସାମ୍ୟ ହରାଇ ଥିଲେ । ସ୍ୱାମୀ ପ୍ରଦୀପଙ୍କୁ ଧରି ଚିକିତ୍ସାପାଇଁ କଟକ ଯିବାକୁ ସ୍ତ୍ରୀ ଭାରତୀ ତତ୍ପର ହୋଇଅର୍ଥ ଯୋଗାଡରେ ଥିବା ବେଳେ ଅର୍ଥ ଯୋଗାଡକୁ କେନ୍ଦ୍ରକରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସେତିକିବେଳେ ପ୍ରଦୀପ ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ପତ୍ନୀ ଭାରତୀଙ୍କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ଭାରତୀଙ୍କ ମୃତ୍ୟୁ ହୋଇଥିଲା । ଟାଙ୍ଗିଆରେ ପତ୍ନୀଙ୍କୁ ପ୍ରଦୀପ ହାଣିବା ବେଳେ ତାଙ୍କର ୯ ବର୍ଷର ଝିଅ ଏବଂ ୫ ବର୍ଷର ପୁଅ ତାଙ୍କ ବିଧବା ଜେଜେମାଙ୍କ ପାଖରେ ଥିବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଜେଜେମା ଏବଂ ପୁଅ-ଝିଅଙ୍କ ଚିକ୍ରାର ଶୁଣି ଘଟଣା ସ୍ଥଳରେ କେତେକ ଗ୍ରାମବାସୀ ପହଁଚି ପ୍ରଦୀପକୁ କାବୁ କରିବା ସହିତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ଏବଂ ସାଇଣ୍ଟିଫିକ୍ ଟିମ୍ ସଦଳବଳେ ପହଁଚି ପ୍ରଦୀପଙ୍କ ସାନଭାଇ ଗୋବିନ୍ଦ ରାଉତଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜ୍ଜୁ କରି ପ୍ରଦୀପକୁ ଗିରଫ କରିଥିଲେ । ପାରିବାରିକ ସମସ୍ୟା ଏବଂ ଅର୍ଥାଭାବରୁ ମାନସିକ ଭାରସାମ୍ୟ ହରାଇ ପ୍ରଦୀପ ଏଭଳି ହତ୍ୟାକାଣ୍ଡ କରିଥିବା ପ୍ରାଥମିକ ତଦନ୍ତ କ୍ରମେ ଥାନା ଅଧିକାରୀ କହିଥିବାବେଳେ ସ୍ୱାମୀଙ୍କୁ ରୋଗମୁକ୍ତ କରିବା ପାଇଁ ଅର୍ଥ ଯୋଗାଡରେ ଥିବା ସ୍ତ୍ରୀକୁ ସ୍ୱାମୀର ହତ୍ୟାଘଟଣା ଆଲୋଚନାର ବିଷୟ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *