Sunday , October 24 2021
Breaking News
Home / ରାଜନୀତି / ସୁବାସିିନୀ ନିଦ୍ୱର୍ନ୍ଦ୍ୱରେ ବରୀ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

ସୁବାସିିନୀ ନିଦ୍ୱର୍ନ୍ଦ୍ୱରେ ବରୀ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

ବାଜି ମାରିଲା ବିଜେପି –
ବରୀ, ୨୨/୦୮/୨୦୧୯(ଓଡ଼ିଶା ସମାଚାର)- ରାଜନୈତିକ ଦୃଷ୍ଟିକୋଣରୁ ଚର୍ଚ୍ଚା ଘେରରେ
ଥିବା ବରୀ ବ୍ଲକରେ ବୁଧବାର ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ଶାସକ ବିଜୁ ଜନତା ଦଳ ଏହି ବ୍ଲକର ସମିତି ଅଧ୍ୟକ୍ଷା ପଦବୀ ହାତେଇ ଥିବାବେଳେ ଚଳିତ ନିର୍ବାଚନରେ ବିରୋଧୀ ବିଜେପି ଏହି ପଦବୀ ହାତେଇ ନେଇଛି । ଫଳରେ ଶାସକ ଦଳକୁ ଶକ୍ତ ଝଟକା ଲାଗିଛି । ସୂଚନାଯୋଗ୍ୟ, ବରୀ ବ୍ଲକ ଅଧ୍ୟକ୍ଷା ଦାୟିତ୍ୱରେ ଥିବା ଶ୍ରୀମତୀ ସୁନନ୍ଦା ଦାସ ଗତ ସାଧାରଣ ନିର୍ବାଚନରେ ଶାସକ ଦଳ ତରଫରୁ ପ୍ରାର୍ଥୀ ହୋଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଯାହା ଫଳରେ ଅଧ୍ୟକ୍ଷା ପଦବୀଟି ଖାଲି ପଡିଥିଲା । ରାଜ୍ୟ ନିର୍ବାଚନ କମିଶନରଙ୍କ ନିଦେ୍ର୍ଦଶ ଅନୁଯାୟୀ ବ୍ଲକ କାର୍ଯ୍ୟାଳୟରେ କଡା ନିରାପତା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଶାସକ ଦଳ ବିଜେଡି ତରଫରୁ କୈାଣସି ପ୍ରାର୍ଥୀ ଦିଆ ଯାଇନଥିବାବେଳେ ବିରୋଧୀ ବିଜେପି ତରଫରୁ ଅଲିପୁର ପଂଚାୟତର ସମିତି ସଭ୍ୟା ଶ୍ରୀମତୀ ସୁବାସିିନୀ ଶର୍ମା ନାମାଙ୍କନପତ୍ର ଦାଖଲ କରି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ପ୍ରକାଶ ଥାଉକି, ଯାଜପୁର ଜିଲ୍ଲାରେ ଶାସକ ବିଜୁ ଜନତା ଦଳର ଦବଦବା ରହିଥିଲେ ମଧ୍ୟ ଅଧ୍ୟକ୍ଷା ନିର୍ବାଚନରେ ପ୍ରାର୍ଥୀ ନଦେବାରୁ ଦଳୀୟ କର୍ମୀ ମହଲରେ ନୈରାଶ୍ୟ ପ୍ରକାଶ ପାଇଛି । ବିଭିନ୍ନ ଉପ-ନିର୍ବାଚନରେ ଶାସକ ଦଳ ବିଜୟ ଲାଭ କରୁଥିବା ବେଳେ ବରୀ ସମିତି ନିର୍ବାଚନରେ ଅଂଶ ଗ୍ରହଣ ନକରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା ସମାଚାର

About admin

Check Also

କନ୍ଦରପୁର ମିନି ବ୍ୟାଙ୍କ୍ ଆଗରେ ଵିଜେପିର ଧାରଣା

କଟକ ସଦର, ୨୨/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ତଥା କନ୍ଦରପୁର କୃଷକ ସେଵା …

Leave a Reply

Your email address will not be published. Required fields are marked *