ଯାଜପୁର,୨୨/୦୮/୨୦୧୯(ଓଡ଼ିଶା ସମାଚାର)-ଯାଜପୁର ବରିଷ୍ଠ ନାଗରିକ ସଂଘର ବାର୍ଷିକୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରେ ସଭାପତି ଶିକ୍ଷାବିତ୍ ପ୍ରଫୁଲ୍ଲ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରବୋଧ କୁମାର ନାୟକ ଗତବର୍ଷର ବିବରଣୀ ସହ ବାର୍ଷିକୋତ୍ସବ ସମ୍ପର୍କରେ ଆସନ୍ତା ଅଗଷ୍ଟ ୨୭ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ଯାଜପୁର ଜିଲ୍ଲାରେ ସମୁଦାୟ ୧୧ଟି ବରିଷ୍ଠ ନାଗରିକ ସଂଘର କର୍ମକର୍ତାମାନଙ୍କୁ ଆମନ୍ତ୍ରଣ କରାଯିବା ସଙ୍ଗେ ସଙ୍ଗେ ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ଡି.ଏସ୍.ଏସ୍.ଓ ଲକ୍ଷ୍ମୀଧର ସାହୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କୁ ଆମନ୍ତ୍ରଣ କରାଯିବାପାଇଁ ବୈଠକରେ ସ୍ଥିର କରାଗଲା । ପ୍ରତ୍ୟେକ ସଭ୍ୟ ୧୦୦ ଟଙ୍କା ପ୍ରତିନିଧିଦେୟ ଦେବାପାଇଁ ଚୂଡ଼ାନ୍ତ ହେଲା । ଉକ୍ତ ବୈଠକରେ ଅତିଥିମାନଙ୍କୁ ଯୋଗାଯୋଗ ପାଇଁ ସଭାପତି, ସମ୍ପାଦକ, ଉପସଭାପତି ଓ ଗୋବିନ୍ଦ ଚନ୍ଦ୍ରସ୍ୱାଇଁ ଅଭ୍ୟର୍ଥନା କମିଟିରେ ପାଣ୍ଡବ ସାହୁ, ଧନଞ୍ଜୟ କେଶରୀ ରାଉତରାୟ,ହୃଷିକେଶ ପତି, ଦେବେନ୍ଦ୍ର କୁମାର ନାୟକ, ବୃନ୍ଦାବନ ମିଶ୍ର, କହ୍ନେଇ ମହାନ୍ତି, ପରିଚର୍ଯ୍ୟା କମିଟିରେ ମଧୁସୂଦନ ମହାନ୍ତି, ଅଜିତ କୁମାର ସାମନ୍ତ,ଦିଗାମ୍ବର ସାହୁ, ରେଜିଷ୍ଟ୍ରେସନ୍ କମିଟିରେ କ୍ଷୀରୋଦ ଚନ୍ଦ୍ର ପାଠୀ,ନବକିଶୋର ଦାସ, ଅକ୍ଷୟ କୁମାର ବିଶ୍ୱାଳ, ପ୍ରଶାନ୍ତ କୁମାର ନାୟକ ଏବଂ ପରିଚାଳନା କମିଟରେ ଗଦାଧର ରାଉତ, ଅକ୍ଷୟ କୁମାର ଦାସ,ଅକ୍ଷୟ କୁମାର ମିଶ୍ର, ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । କଳିଙ୍ଗ ଚନ୍ଦ୍ର ବିଶ୍ୱାଳଙ୍କୁ ନିର୍ବାଚନ ଅଧିକାରୀ ଓ ଗୋପୀନାଥ ସେଠୀଙ୍କୁ କୋଷାଧ୍ୟକ୍ଷଭାବେ ମନୋନୀତ କରାଗଲା । ଏହି ସଭାରେ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ଗୋଲକ ପ୍ରସାଦ ସାହୁ,ରବିନାରାୟଣ ନାୟକ, ଲକ୍ଷ୍ମୀ ନାରାୟଣ ପତି, ଭାଗବତ ଦାସ, ମହେନ୍ଦ୍ରଦାସ, ରତ୍ନାକର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରଫେସର ଉଦୟ ନାରାୟଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …