Friday , September 22 2023
Breaking News
Home / ବିଶେଷ / ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ମହାନଦୀ ବିହାର ଫାଣ୍ଡି ପକ୍ଷରୁ ସମ୍ବର୍ଦ୍ଧନା

ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ମହାନଦୀ ବିହାର ଫାଣ୍ଡି ପକ୍ଷରୁ ସମ୍ବର୍ଦ୍ଧନା

କଟକ, ୨୨/୦୮/୨୦୧୯(ଓଡ଼ିଶା ସମାଚାର / ଦେବାଶିଷ ରଥ)-ବିଶ୍ୱ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ମହାନଦୀ ବିହାର ଫାଣ୍ଡି ଓ ସାମାଜୀକ କର୍ମୀ ମାନଙ୍କ ଦ୍ୱାରା ମହାନଦୀବିହାର କମ୍ୟୁନିଟି ସେଂଟର ଠାରେ ବରିଷ୍ଠ ନାଗରିକ ମାନଙ୍କୁ ଉପଢ଼ୌକନ, ପୁଷ୍ପ ଓ ଉଚ୍ଛରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।  ବରିଷ୍ଠ ନାଗରିକ ହେଉଛନ୍ତି ଆମର ଅମୂଲ୍ୟ ସମ୍ପତି , ତାଙ୍କର ଯତ୍ନ, ସମ୍ମାନ ଓ ସୁରକ୍ଷା ଆମର ଦାୟିତ୍ୱ ବୋଲି ଫାଣ୍ଡି ଅଧିକାରୀ ଅଜୟ ବେହେରା କହିଥିଲେ । ସାମାଜୀକ କର୍ମୀ ଭାରତୀ ପାଣି , ସୀମା ନନ୍ଦ, ସଂଜୟ ଜେନା, ହରପ୍ରିୟା ଧଳ ,ପ୍ରତାପ ତ୍ରିପାଠୀ, ଜଗମୋହନ ଷଢ଼ଙ୍ଗୀ,ଅଜୟ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବରିଷ୍ଠ ନାଗରିକ ଶଶିଭୁଷଣ ମହାନ୍ତି, ରବିନ୍ଦ୍ର ପ୍ରସାଦ ତ୍ରିପାଠୀ, ଶରତ ଚନ୍ଦ୍ର କୁଣ୍ଡୁ, ଶରତ କୁମାର ପାଣି , ନିମାଇଁ ଚରଣ ମହାନ୍ତି,ପ୍ରମୋଦ କୁମାର ବିଶୋଇ, ଘନଶ୍ୟାମ ବାରିକ, ପଂଚାନନ ସାହୁ , ଧିରେନ୍ଦ୍ର ରାଉତ,ଗଙ୍ଗାଧର ମଲିକ, ଉମାକାନ୍ତ ଶତପଥି ପ୍ରମୁଖ ଉପସ୍ଥିତ ରହି ଏଭଳି ପ୍ରୟାସକୁ ସାଧୁବାଦ ଜଚ୍ଚାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *