ପୋଲସରା ୨୨/୦୮/୨୦୧୯(ଓଡ଼ିଶା ସମାଚାର)- ପୋଲସରା ବ୍ଳକ୍ ଅନ୍ତର୍ଗତ ମନ୍ଦାର ଗ୍ରାମରେ ଗତ ରବିବାରଅପରାହ୍ନରେ ଘଟିଛି ଏକ ବଧୁ ହତ୍ୟା ଘଟଣା । ସୂଚନାଅନୁଯାୟୀ ପ୍ରାୟ ୭ ମାସ ତଳେ ଏହିଗ୍ରାମ ଅନ୍ତର୍ଗତ ଢିମ୍ବିରିପଲ୍ଲି ସାହିର ହରିହର ପାତ୍ରଙ୍କ ଝିଅ ରାଜେଶ୍ୱରୀଙ୍କ ସହ ଉକ୍ତ ସାହିର ଶଶି ପାତ୍ରଙ୍କ ପୁଅସନ୍ତୋଷ ପାତ୍ରଙ୍କ ବିବାହ ହୋଇଥିଲା । ସନ୍ତୋଷ ସୁରଟରେ କାର୍ଯ୍ୟ କରିବାସହ ରହିଆସୁଥିଲେ । ଘରେ ସନ୍ତୋଷଙ୍କ ମା’ ଶଶି ଓ ସ୍ତ୍ରୀ ରାଜେଶ୍ୱରୀ ରୁହନ୍ତି । ତେବେ ଅଳ୍ପଦିନ ତଳେ ସନ୍ତୋଷ ଗାଁକୁ ଆସି ପରିବାର ସହିତ ରହୁଥିଲେ । ହଠାତ୍ ଗତ ରବିବାର ଦିନ ସନ୍ତୋଷର ମା’ରବି ବିଲକୁ କାମ କରିବାକୁ ଯାଇ ଫେରିବାରେ ବିଳମ୍ବ ହେବାରୁ ସ୍ତ୍ରୀ ରାଜେଶ୍ୱରୀ ସ୍ୱାମୀ ସନ୍ତୋଷକୁ ମାଙ୍କପାଇଁ ବିଲକୁ ଖାଦ୍ୟ ପଦାର୍ଥ ଦେଇ ପଠାଇ ଥିଲେ ବୋଲି ଉକ୍ତ ଘଟଣାସ୍ଥଳରୁ ଲୋକମାନଙ୍କ ମୁଖରୁ ଶୁଣିବାକୁ ମିଳିଛି । ସନ୍ତୋଷ ବିଲକୁଯାଇ ନିଜ ମାକୁ ଖାଇବାକୁ ଦେଇସାରି ସେଠାରୁ ଫେରି ଘରଭିତରକୁ ଆସି ଦେଖିବାକୁ ପାଇଥିଲେ ଯେ, ବାରିଘର ଛାତ ହୁକ୍ ରେ ସ୍ଟୁଲ୍ ସହଯୋଗରେ ବେକରେ ରସି ଲଗାଇ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ଝୁଲି ରହିଥିଲେ । ଏଭଳି ଦୃଶ୍ୟ ଦେଖି ସନ୍ତୋଷ ଘର ବାହର ଦାଣ୍ଡକୁ ଆସି ଖୁବ ଜୋରରେ ପାଟି କରିବାରୁ ତାଙ୍କ ପାଟି ଶୁଣି ଗାଁ ର ସୁଦର୍ଶନ ଜେନା ,ନୀଳ ନାହାକ ଏହି ଦୁଇଜଣ ବ୍ୟକ୍ତି ବାରିଘରେ ରସିରେ ଝୁଲି ରହିଥିବା ମୃତ ରାଜେଶ୍ୱରୀଙ୍କ ରସିକୁ କାଟି ଘର ଭିତର ଅନ୍ୟ ଏକ କୋଠରୀରେ ରହିଥିବା ଖଟ ଉପରେ ସୁଆଇ ଦେଇଥିଲେ । ଏହି ଘଟଣା କୌଣସି ପ୍ରକାରେ ପୋଲସରା ଥାନା ପୋଲିସ୍ ଜାଣିପାରି କାଳ ବିଳମ୍ବ ନକରି ମନ୍ଦାର ଗ୍ରମକୁ ଆସି ଶଶି ପାତ୍ରଙ୍କ ଘରେ ପହଂଚି ଘଟିଥିବା ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଦେଇଥିଲେ । ଏହି ସମୟରେ ପୋଲସରା ଥାନା ଅଧୀକାରି ଜିତେନ୍ଦ୍ର କୁମାର ମଲିକ କୋଣସି ସରକାରୀ କାର୍ଯ୍ୟରେ ବାହାରେ ଥିବାରୁ ଉକ୍ତ ସମୟରେ ତଦନ୍ତ ପାଇଁ ପହଂଚିପାରିନଥିଲେ । ତାଙ୍କ ଅନୁପସ୍ଥିତିରେ ପୁରୁଷୋତମପୁର ପୋଲିସ୍ ଉପଖଣ୍ଡ ଅଧୀକାରି ନିମାଇ ଚରଣ ସେଠୀ ଓ କୋଦଳା ଥାନା ଅଧୀକାରି ପ୍ରଶାନ୍ତ କୁମାର ସାହୁ ମନ୍ଦାର ଗ୍ରାମକୁ ଆସି ଶଶି ପାତ୍ରଙ୍କ ଘରେ ପହଂଚିଥିଲେ ରବିବାର ରାତ୍ର ୮ ଘ. ସମୟରେ ପହଂଚି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ସୁଦର୍ଷନ ଜେନା , ନୀଳ ନାହାକ ଉକ୍ତ ଦୁଇ ବ୍ୟକ୍ତିଙ୍କୁ ଡାକି ତଦନ୍ତ ପ୍ରକ୍ରିୟା ଚାଲ ରଖିଥିବା ସମୟରେ ପୋଲସରାଥାନା ଅଧୀକାରି ଜିତେନ୍ଦ୍ର କୁମାର ମଲ୍ଲିକ ଶଶି ପାତ୍ରଙ୍କ ଘରେ ପହଂଚି ମୃତ ରାଜେଶ୍ୱରୀଙ୍କ ସ୍ୱାମୀ ସନ୍ତୋଷ ପାତ୍ର ଓ ଶାସୁଙ୍କୁ ପୋଲସରା ଥାନାକୁ ନେଇଯାଇଥିଲେ । ଶବଟି ରାତି ସାରା ପୋଲିସ୍ ସୁରକ୍ଷା କର୍ମୀଙ୍କ ହେଫାଜତରେ ପଡି ରହିଥିବା ବେଳେ ସୋମବାର ଦିନ ବଡି ସକାଳୁ ପୁନର୍ବାର ପୋଲିସ୍ ସନ୍ତୋଷ ପାତ୍ରଙ୍କ ଘରେପହଂଚି ଭଲଭାବେ ଅନୁସନ୍ଧାନ ଜାରି ରଖିବା ସହ ଶବକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ୍ କୁ ପଠାଇ ଦେଇଥିଲେ । ଏହି ମଧ୍ୟରେ ଉକ୍ତ ଘଟଣାର ପ୍ରକୃତ ସତ୍ୟାସତ୍ୟ ବିଷୟ ବର୍ତମାନ ସମୟ ପର୍ଯ୍ୟନ୍ତ ଜଣାପଡି ନଥିବାରୁ ମୃତ୍ୟୁର ଘଟଣା ସନ୍ଦେହ ଘେରରେ ରହିଛି । ଏପଟେ ମୃତ ଝିଅ ରାଜେଶ୍ୱରୀର ମା ସୁଲତା ପାତ୍ର ପୋଲସରା ଥାନାରେ କିଛି ଲିଖିତ ଅଭିଯୋଗ କରିଥିବାନେଇ ଶୁଣିବାକୁ ମିଳୁଥିବା ସ୍ଥଳେ ପୋଲିସ୍ ମଧ୍ୟ ସନ୍ଦେହ ଘେରରେ ରହିଥିବା ଯୋଗୁଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେହିଁ ଯାଇ ଯାହାକିଛି ଆଇନ ଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯିବା ବୋଲି ଥାନା ଅଧୀକାରୀ ଶ୍ରୀଯୁକ୍ତ ମଲ୍ଲିକ କହିଛନ୍ତି । ଏହି ମୃତ୍ୟୁ ଘଟଣାଟି ମନ୍ଦାର ଗ୍ରାମବାସୀଙ୍କ ପାଇଁ ପ୍ରଥମ ଥର ହୋଇଥିବାରୁ ଗ୍ରାମବାସୀ ମଧ୍ୟ ସନ୍ଦେହ ଘେରରେ ରହିଛନ୍ତି । ଓଡ଼ିଶା ସମାଚାର