କଳାହାଣ୍ଡି ,୨୨/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ସରକାର ପ୍ରତି ଗାଁ କୁ ସଡକ ନାରା ଦେଉଥିବା ବେଳେ ସ୍ଵାଧୀନତା ର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଲୋକେ ସଡକ ଭଲି ମୌଳିକ ଅଧିକାର ରୁ ବଞ୍ଚିତ ରହିଛନ୍ତି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଗାଈ ବନ୍ଧାପଡା ଗ୍ରାମ ପଦମପୁର ଠାରେ। ସରକାର ଙ୍କ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୧୯ – ୨୦ ଗାଈବନ୍ଧା ପଡା ରାସ୍ତା ନିର୍ମାଣ ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇ ପଞ୍ଚାୟତ ପକ୍ଷରୁ ଗତ ମାର୍ଚ ମାସ ରୁ କାର୍ୟ୍ୟ ଆରମ୍ଭ ହେବା ସହ ରାସ୍ତା ରେ ୩୦୩ ଟ୍ରିପ ମୁରୁମ ବିଛାଇବା ସମ୍ପର୍କରେ ଅସମ୍ପୂର୍ଣ୍ଣ ସୂଚନା ଫଳକରେ ଦେଖିବାକୁ ମିଳିଛି, ହେଲେ ଠିକ୍ ସମୟରେ କାର୍ୟ୍ୟ କରିବା ପରିବର୍ତ୍ତେ ବର୍ଷା ରୁତୁ ରେ ମୁରୁମ ବଦଳରେ ଚିକିଟା ମାଟି ପକେଇବା ଯୋଗୁଁ କାଦୁଅ ଭର୍ତ୍ତି ହୋଇଯାଇଛି। ଯାହାଦ୍ଵାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟତ ଅସୁବିଧା ଯୋଗୁଁ ରୋଗୀ ପ୍ରସୂତିଙ୍କୁ ଖଟିଆ ରେ ବୁହାହୁଏ। ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା ଆସିବା ରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି। ଏହାର ପ୍ରତିବାଦ ରେ ସମ୍ପୃକ୍ତ ଗ୍ରାମବାସୀ ମାନେ ଜୟପାଟଣା ବିଡିଓ ଅନୁପସ୍ଥିତି ଯୋଗୁଁ ବରିଷ୍ଠ କିରାଣୀ ଙ୍କ ଜରିଆରେ ଦୃଷ୍ଟି ଆକର୍ଷଣ ପୂର୍ବକ କରାଯାଇଥିବା କାର୍ୟ୍ୟ ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହ କଳାହାଣ୍ଡି ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ, ଭିଜିଲାନ୍ସ ବିଭାଗ ଓ ଗଣ ମାଧ୍ୟମ ର ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଏ। ସମସ୍ୟା ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଓଡ଼ିଶା ସମାଚାର