ସାଲେପୁର, ୨୨/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ସାତବାଟିଆ ଠାରେ କେନ୍ଦ୍ରାପଡ଼ା କେନାଲରେ ଦୁଇଜଣ ଛାତ୍ର ଗାଧୋଉଥିବା ବେଳେ ଜଳର ପ୍ରଖର ସ୍ରୋତରେ ସେମାନେ ଭାସିଯାଇଥିଲେ । ଦମକଳବାହିନୀ ସଞ୍ଜୟ ଜେନାଙ୍କୁ ଉଦ୍ଧାର କରିଥିବା ବେଳେ ରହୁଳଙ୍କର ପତା ମିଳିନଥିଲା । ଆଜି ତାଙ୍କର ଶବ କେନାଲରେ ଭାସୁଥିବା ବେଳେ ଉଦ୍ଧାର କରାଯାଇଥିଲା । ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଭଳି ଘଟଣା ଯୋଗୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର
