Tuesday , October 19 2021
Breaking News
Home / ତାଜା ଖବର / ଦନ୍ତାହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ

ଦନ୍ତାହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ

ଢେଙ୍କାନାଳ,୨୨/୦୮/୨୦୧୯(ଓଡ଼ିଶା ସମାଚାର)-ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ମହାବିରୋଡ ରେଞ୍ଜଏବଂ ସଦର ରେଞ୍ଜ ଅଂଚଳରେ ଦୀର୍ଘମାସ ଧରି ଏକ ଗୋଠଛଡା ଦନ୍ତାହାତୀ ଆତଙ୍କସୃଷ୍ଟି କରିବା ସହିତ ପ୍ରାୟ ୧୭ରୁ ଉଦ୍ଧ୍ୱର୍ ଜୀବନ ହାନୀ କରିଥିବା ବେଳେ ପୁଣି ଜଣେଯୁବକଙ୍କୁ ଶୁଣ୍ଢରେ ଟେକିନେଇ କଚାଡି ଦେବାପରେ ଦଳିଚକଟି ମାରିଦେଇଛି । ମହାବିରୋଡ ରେଞ୍ଜରେ ଆତଙ୍କ ସୃଷ୍ଟିକରି ସଦର ରେଞ୍ଜକୁ ଆସିବା ପରେ ସେଠାରୁ ପୁନର୍ବାର ମହାବିରୋଡ ରେଞ୍ଜକୁ ଫେରି ଯାଇଥିବା ଦନ୍ତାହାତୀଟି ଦୀର୍ଘ ଦିନ ଧରିଆତଙ୍କ ଜାରି ରଖିଥିଲା । ରେଞ୍ଜର ଡିହଡୋଳ ସେକ୍ସନ ଡମଳୋ ଗାଁ ନିକଟ ଶନିମନ୍ଦିର ଠାରୁ ଗତକାଲି ସଂଧ୍ୟାବେଳେ ଗ୍ରାମର ଶାନ୍ତନୁ ସାମଲ (୨୬) ତାଙ୍କ ଅନ୍ୟସାଙ୍ଗମାନଙ୍କ ସହିତ ବସି ଗପସପ କରୁଥିଲେ । ସେହି ସମୟରେ ଉକ୍ତ ଗୋଠଛଡା ଦନ୍ତାହାତୀଟି ଜଙ୍ଗଲରୁ ବାହାରି ସେମାନଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲା ।ଦନ୍ତାହାତୀଟି ଗୋଡାଇବାରୁ ଅନ୍ୟ ସାଙ୍ଗମାନେ ଜୀବନ ବିକଳରେ ପଳାଇ ଯାଇଥିବାବେଳେ ଶାନ୍ତନୁ ଯାଇ ନ ପାରିବା ଯୋଗୁଁ ତାଙ୍କୁ ହାତୀଟି ଶୁଣ୍ଢରେ ପ୍ରାୟ ଶହେ ମିଟର ଦୂରକୁ ଟେକିନେଇ କଚାଡି ଦେବା ସହିତ ଦଳିଚକଟି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏପରିକି ଦନ୍ତାହାତୀଟି ଶାନ୍ତନୁକୁ ମାରିଦେବା ପରେ ଦୀର୍ଘସମୟ ପର୍ଯ୍ୟନ୍ତ ଜଗି ରହିବାରୁ ଭୟରେ ଲୋକମାନେ ପଶିପାରି ନ ଥିଲେ । ଖବରପାଇ ଘଟଣା ସ୍ଥଳରେ ବନ କର୍ମଚାରୀ ଏବଂ ହାତୀ ସ୍କ୍ୱାର୍ଡ ପହଁଚିବା କ୍ଷଣି ଗ୍ରାମବାସୀମାନେ ଉତକ୍ଷିପ୍ତ ହୋଇ ଯାଇଥିଲେ । ବିଶେଷ କରି ଗତ କିଛି ଦିନ ମଧ୍ୟରେସେହି ଗୋଠଛଡା ନରହନ୍ତା ଦନ୍ତାହାତୀଟି ପ୍ରାୟ ୩୦ରୁ ଉଦ୍ଧ୍ୱର୍ ପରିବାରଙ୍କ ଘରଦ୍ୱାରନଷ୍ଟ କରିଦେବା ଏବଂ ୧୦ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ଜୀବନ ନେଇଥିବାରୁ ଏଥିପ୍ରତି ବନବିଭାଗ ଦୃଷ୍ଟି ଦେଉ ନ ଥିବା ଯୋଗୁଁ ଗ୍ରାମବାସୀ ଅଧିକ ଉତକ୍ଷିପ୍ତ ହୋଇ ଯାଇଥିଲେ । କ୍ଷତିପୂରଣ ଏବଂ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ସ୍ଥାନାନ୍ତର କରା ନଗଲେ ଶାନ୍ତନୁଙ୍କ ଶବକୁ ନ ଉଠାଇବା ପାଇଁ ଗ୍ରାମବାସୀ ଅଡି ବସିଥିଲେ । ଘଟଣାସ୍ଥଳରେ ଫରେଷ୍ଟର ରାମଚନ୍ଦ୍ର ରାଉତ , ରେଞ୍ଜର ହରମୋହନ ନାୟକ ଏବଂ ପର୍ଜଙ୍ଗ ଥାନା ଅଧିକାରୀ ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ସଦଳବଳେ ପହଁଚି ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ହୋଇଥିଲା । ସୂଚନା ଯୋଗ୍ୟ ଯେ, ସମ୍ପୃକ୍ତ ଗୋଠଛଡା ନରହନ୍ତା ଦନ୍ତାହାତୀଟି ଏହି ରେଞ୍ଜରେ ୧୦ ଜଣଙ୍କୁ ମାରି ବ୍ରାହ୍ମଣୀ ନଦୀ ପାରହୋଇ ସଦର ରେଞ୍ଜରେ ପ୍ରବେଶ କରିଥିଲା । ଯଦ୍ୱାରା ସଦର ରେଞ୍ଜ ଅଂଚଳରେ ଆତଙ୍କସୃଷ୍ଟି ହୋଇଥିବା ବେଳେ ସେଠାରେ ମଧ୍ୟ ୭ ଜଣଙ୍କୁ ଦଳିଚକଟି ମାରିଦେବା ସହିତ ବ୍ୟାପକ ଘରଦ୍ୱାର ଭାଙ୍ଗି ପୁନର୍ବାର ମହାବିରୋଡ ରେଞ୍ଜ ଅଂଚଳରେ ପ୍ରବେଶ କରିଥିବାରୁ ଅଂଚଳବାସୀମାନେ ଆତଙ୍କିତ ହୋଇ ଯାଇଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଦରପୁର ଥାନା ପୋଲିସ୍ ର ଏନକାଉଣ୍ଟର୍ – ଦୁର୍ଦ୍ଧାନ୍ତ ଅପରାଧୀ ରାକା ଆହତ , ବନ୍ଧୁକ, ଗୁଳି ଜବତ

କଟକ /କଟକ ସଦର, ୧୬/୧୦/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ ଓ ଵିଷ୍ଣୁ ବେହେରା): କମିଶନରେଟ୍ ପୋଲିସ ଅଧିନସ୍ଥ କନ୍ଦରପୁର ଥାନା …

Leave a Reply

Your email address will not be published. Required fields are marked *