କେନ୍ଦ୍ରାପଡା ୨୨/୦୮/୨୦୧୯(ଓଡ଼ିଶା ସମାଚାର)- ଟ୍ରକ ଡ୍ରାଇଭରମାନଙ୍କ ସହଯୋଗକ୍ରମେ ଏକ ଟ୍ରକ ଲୁଟେରାକୁ ଧରି ସଦର ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ସେହି ଲୁଟେରାକୁ ଥାନାରୁ ଛାଡି ଦିଆଯାଇଥିବା ସମ୍ପର୍କରେ ପାରାଦୀପ ଟ୍ରକ ଓନର ଆସୋସିଏସନ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଗୁରୁବାର ଅଭିଯୋଗ କରାଯାଇଥିବା ଜଣାପଡିଛି । ପାରାଦୀପ ଟ୍ରକ ମାଲିକ ସଙ୍ଘ ପକ୍ଷରୁ କରାଯାଇଥିବା ଅଭିଯୋଗରୁ ଜଣାଯାଏ ଯେ ଗତ ୧୬.୦୮.୨୦୧୯ରିଖ ବିଳମ୍ବିତ ରାତିରେ ପାରାଦୀପ – ଚଣ୍ଡିଖୋଲ ୫ନମ୍ବର (କ)ଜାତୀୟ ରାଜପଥର ଓଲଢିଛକରେ ଧାଡିରେ ଛିଡାହୋଇଥିବା ଆଇରନ ବୋଝେଇ ଟ୍ରକ ଗୁଡିକର ଚାଳକମାନଙ୍କ ଠାରୁ ଜନୈକ ଲୁଟେରା ଜୋରଜବରଦସ୍ତ ଅର୍ଥ ଓ ମୋବାଇଲ ଲୁଟ କରିବା,ଏହାର ପ୍ରତିବାଦ କରୁଥିବା ନିରିହ ଟ୍ରକ ଚାଳକଙ୍କୁ ମାଡମାରିବା ସହ ଧମକଦେଉଥିବାରୁ ଏଥିରେ ଅତିଷ୍ଠ ହୋଇପଡିଥିବା କେତେକ ଟ୍ରକ ଚାଳକ ସଂପୃକ୍ତ ଲୁଟେରାକୁ କାବୁ କରିନେଇଥିଲେ । ପରେ ଖବରପାଇ ପାରାଦୀପ ଟ୍ରକ ମାଲିକ ସଙ୍ଘର କର୍ମକର୍ତାମାନେ ଘଟଣାସ୍ଥଳରେ ପହଁଚିବାରେ ସଂପୃକ୍ତ ଲୁଟେରା ଯୁବକ ଡେରାବିଶ ଥାନା ଅନ୍ତର୍ଗତ ଚାଟରା ଶାସନ ଗ୍ରାମର ବିଶ୍ୱରଞ୍ଜନ ମଲ୍ଲିକକୁ ନେଇ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ମହେଶ୍ୱର ସେଠୀଙ୍କୁ ହସ୍ତାନ୍ତର କରିବା ସହିତ ଲୁଟେରା ସମ୍ପର୍କରେ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । କିନ୍ତୁ ଥାନା ଅଧିକାରୀ ଶ୍ରୀ ସେଠୀ ସେହିଦିନ ସଂପୃକ୍ତ ଲୁଟେରାକୁ ଥାନାରୁ ଛାଡିଦେଇଥିଲେ ବୋଲି ପାରାଦୀପ ଟ୍ରକ ମାଲିକ ସଙ୍ଘ ଅଭିଯୋଗ କରିଛି । ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ ଥିବା ପୋଲିସ ବିଭାଗର ଜଣେ ପଦସ୍ତ ଥାନା ଅଧିକାରୀ ନିଜ ଦାୟିତ୍ୱ ଓ କର୍ତବ୍ୟ ପ୍ରତି ଯନôବାନ ନହୋଇ ଯଦି ଏଭଳି ଅଭିଯୁକ୍ତଙ୍କୁ ତାଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ଥିବା ସତ୍ୱେ ଥାନାରୁ ଛାଡିଦିଅନ୍ତି ତାହାହେଲେ ନ୍ୟାୟ ଏବଂ ନ୍ୟାୟ ଅପେକ୍ଷାରେ ଥିବା ଜନତା ନିଶ୍ଚିତ ବାଟବଣା ହେବେ ଏଥିରେ ତିଳେମାତ୍ର ସନେ୍ଦହ ନାହିଁ । ତେଣୁ ଏଭଳି ପରିସ୍ଥିତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କୁ ସଙ୍ଘର ଉପସଭାପତି ଶାରଦା ପ୍ରସନ୍ନ ରାଉତ,ପ୍ରତାପ କୁମାର ସ୍ୱାଇଁ,ଯୋଗେନ୍ଦ୍ର ଦାସ, ପଦାରବିନ୍ଦ ସ୍ୱାଇଁ,ଜୟପ୍ରକାଶ ସାହୁ,ମୀର ଅବଦୁଲ ମୁରଶିକ,ଗୋବିନ୍ଦ ଚନ୍ଦ୍ର ବେହେରା,ସେକ ରହମାନ ଅଲ୍ଲୀ,ସମ୍ବର ଅଲ୍ଲୀ ଖାନ,ଶୁଭେନ୍ଦୁରଞ୍ଜନ ଜେନା,ମାନସ କୁମାର ସାହୁ,ଜଗନ୍ନାଥ ସ୍ୱାଇଁ ପ୍ରମୁଖ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶେଖରଙ୍କୁ ଭେଟି ଅଭିଯୋଗ କରିଥିଲେ । ଏସ.ପି. ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପାରାଦିପ ଟ୍ରକ ମାଲିକ ସଙ୍ଘର କର୍ମକର୍ତାମାନଙ୍କୁ ପ୍ରତିଶୃତି ଦେଇଥିଲେ । ଓଡ଼ିଶା ସମାଚାର