କଳାହାଣ୍ଡି ,୨୨/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)- କେନ୍ଦ୍ର ସରକାର ଗାଁ ମାନଙ୍କୁ ଗୋଟେ ସବୁଦିନିଆ ଭଲ ରାସ୍ତାଟିଏ ନିର୍ମାଣ ପାଇଁ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା। ଏଥିଲାଗି କୋଟି କୋଟି ଟଙ୍କାର ବ୍ୟୟ ବରାଦ ରହିଥିବା ବେଳେ କେନ୍ଦ୍ର ସରକାର ୬୦ଭାଗ ଓ ରାଜ୍ୟ ସରକାର ୪୦ ଭାଗ ଟଙ୍କା ବ୍ୟୟ କରୁଛନ୍ତି।ରାସ୍ତା ର ମାନ ନିରକ୍ଷଣ ପାଇଁ ବି ତ୍ରିସ୍ତରୀୟ ଯାଂଚ ବ୍ୟବସ୍ଥା ରହିଛି।ହେଲେ ଅତେସବୁ ଥାଇ ମଧ୍ୟ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ରେ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦେଖେନାହାରି ସାଜି ଠିକାଦାର କୁ ମାଲେମାଲ କରୁଥିବା ଅଭିଯୋଗ ହୋଇଛି। ବିଭାଗ ଦ୍ଵାରା ଦାୟିତ୍ୱ ରେ ଥିବା ଅନେକ ରାସ୍ତା ରେ ବହୁ ନିମ୍ନ ମାନର କାର୍ୟ୍ୟ ଓ ଅନିୟମିତତା ଦେଖିବାକୁ ମିଳିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ରଣମାଲ ପିବ୍ଲୁଡି ରାସ୍ତା ଠାରୁ ଅରେବେଡା ପ୍ରଧାନମନ୍ତ୍ରୀ ରାସ୍ତା । ଉକ୍ତ ରାସ୍ତାଟି ୨୦୧୩-୧୪ ମସିହାରେ ପ୍ରାୟ ୧ କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ତିଆରି ହୋଇଥିଲା କିନ୍ତୁ ଅତି ନିମ୍ନ ରୁ ନିମ୍ନ ମାନର କାର୍ୟ୍ୟ ଜଗୁ ଅଳ୍ପ ଦିନରେ ନଷ୍ଟ ହୋଇଗଲା। ନିର୍ମାଣ ର ୫ ବର୍ଷ ଅବିଧି ମଧ୍ୟରେ ସଂପୃକ୍ତ ଠିକାଦାର ଓ ବିଭାଗ ମରାମତି ,ରକ୍ଷଣାବେକ୍ଷଣ ଦାୟିତ୍ୱ ଥିବା ବେଳେ ତାହା ମଧ୍ୟ କରାଯାଇନାହିଁ। ନାମକୁ ମାତ୍ର ୫ବର୍ଷ ସମ୍ପୂର୍ଣ୍ଣ ବିଲ ପାଇଁ କେଉଁଠି କେଉଁଠି କିଛି ସିମେଣ୍ଟ ଓ ପିଚୁ କରାଯାଇଥିବା ବେଳେ ରାସ୍ତା ଟି ସମ୍ପୂର୍ଣ୍ଣ ବିଲ ଆତ୍ମସାତ କରାଯାଇଛି । ବର୍ତ୍ତମାନ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ରାସ୍ତା ଟି ନିଜର ପରିଚୟ ମଧ୍ୟ ହାଜାଇଦେଲାଣି । ଅଭିଯୋଗ ଅନୁସାରେ ଅରେବେଡା ଗାଆଁ ଭିତର ରାସ୍ତା ନିର୍ମାଣ ବହୁ ନିମ୍ନରୁ ନିମ୍ନ ହୋଇଛି ଯାହାଫଳରେ ଗାଁ ଟିରେ ବଡ଼ ବଡ଼ ଖାଲ ହେବ ସହ କାଦୁଅ ରେ କେବେ କିଏ ପଡି ଯାଉଛି ତୋ କେବେ କେବେ ଘଟୁଛି ଅନେକ ଦୁର୍ଘଟଣା,ଗାଁ ଦେଇ ଯାଉଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀ, ପଥଚାରୀ ଅନେକ ସମସ୍ୟା ର ସମ୍ମୁଖିନ ହେଉଛନ୍ତି। ଏ ନେଇ ରଣମାଲ ଗ୍ରାମପଂଚାୟତ ରୁ ଅରେବେଡା ଗାଁ ଭତରେ ଯାଇଥିବା ରାସ୍ତା କୁ ଗ୍ରାମପଂଚାୟତ କୁ ହସ୍ତାନ୍ତର କରିବା ପାଇଁ ଅନେକ ଥର ରେଜୁଲେସନ କରାଯାଇଥିଲେ ମଧ୍ୟ ସମାଧାନ ହୋଇପାରୁନାହିଁ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ର କଥା କହୁଥିବା ବେଳେ ତୃଣମୂଳ ରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅସଲ ଚେହେରା ସମ୍ନା କୁ ଆସିଛି।ଯାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କଲେ ବହୁ ସତ୍ୟ ଘଟଣା ସମ୍ପର୍କରେ ଜଣାପଡିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର