ପାଟକୁରା, ୨୨/୦୮/୨୦୧୯(ଓଡ଼ିଶା ସମାଚାର)- ଆଜି ଗରଦପୁର ବ୍ଲକ୍ ର ୧୮ ଗୋଟି ଗ୍ରାମ ପଂଚାୟତରେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମୋ ପଂଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଜିଲା ପ୍ରଶାସନ ପ୍ରତ୍ୟେକ ମାସର ୭ ତାରିଖ ଓ ୨୨ ତାରିଖ ରେ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଏଥିରେ ସମ୍ପୃକ୍ତ ପଂଚାୟତର ସରପଂଚ ଅଧ୍ୟକ୍ଷତା କରିବେ ଓ ବିଭିନ୍ନ ବିଭାଗ ଯଥା : କୃଷି, ଉଦ୍ୟାନ କୃଷି,ଶିକ୍ଷା ,ସ୍ୱାସ୍ଥ୍ୟ, ଗୋ- ସମ୍ପଦ , ମିଶନ ଶକ୍ତି ବିଭାଗର ଅଧିକାରୀମାନେ ଯୋଗଦେଇ ବିଭାଗ ସମ୍ପର୍କିତ କାର୍ଯ୍ୟକ୍ରମ ବାବଦରେ ସମସ୍ତଙ୍କୁ ଅବଗତ କରାଇବେ । ଆଜି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ଗରଦପୁର ବ୍ଲକ୍ ଗସ୍ତରେ ଆସିଥିବାବେଳେ ବେଡ଼ାରୀ ଗ୍ରାମ ପଂଚାୟତକୁ ପରିଦର୍ଶନ କରିଥିଲେ । ସେଠାରେ ସେ ମୋ ପଂଚାୟତ କାର୍ଯ୍ୟକ୍ରମରେ ଭାଗ ନେଇ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ । ଜିଲାପାଳଙ୍କ ସହିତ ମଣ୍ଡଳ ଉନ୍ନୟନ ଅଧିକାରୀ ଧରଣୀଧର ବେହେରା ମଧ୍ୟ ଉପସ୍ଥିତ ଥିଲେ । ଉଦ୍ୟାନ କୃଷି ବିଭାଗର ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିନୋଦିନୀ ମାହାଳି କାର୍ଯ୍ୟକ୍ରମରେ ଯୋଗଦେଇ ଜଳ ସଂରକ୍ଷଣ ବାବଦରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ଗୋକୁଳାନନ୍ଦ ବେହେରା,କାର୍ଯ୍ୟନିର୍ବାହୀ ଅଧିକାରୀ ବୈଜୟନ୍ତୀ ବେହେରା , କୈଳାଶ ଚନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର