Tuesday , October 19 2021
Breaking News
Home / ବିଶେଷ / ଗଣେଶ ପୂଜା ଚାନ୍ଦା ଆଦାୟ ବନ୍ଦ ପାଇଁ କମିଶନରେଟ୍ ପୋଲିସର ତନାଘନା

ଗଣେଶ ପୂଜା ଚାନ୍ଦା ଆଦାୟ ବନ୍ଦ ପାଇଁ କମିଶନରେଟ୍ ପୋଲିସର ତନାଘନା

 ସାଲେପୁର, ୨୨/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): କଟକ ଜିଲ୍ଲାର  ଗ୍ରାମାଂଚଳ ଥାନା ଓ କମିଶନରେଟ୍ ପୋଲିସ ଅଂଚଳରେ ଗଣେଶ ପୂଜା ପାଇଁ ବ୍ୟାପକ ପ୍ରସ୍ତୃତି ଚାଲିଥିବା ବେଳେ ବିଭିନ୍ନ କ୍ଲବ୍ ଓ ବ୍ୟକ୍ତିବିଶେଷ ଚାନ୍ଦା ଆଦାୟ କରୁଛନ୍ତି । ପ୍ରଶାସନ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବେଆଇନ୍ ଘୋଷଣା କରିଛନ୍ତି । ଆଜି ଜଗତପୁର ଥାନା ଅଧିନରେ ଥିବା କେତେକ ଜାଗାରେ ଚାନ୍ଦା ଆଦାୟ କରାଯାଉଥିବା ଜାଣି ଘଟଣା ସ୍ଥଳରେ ପହଂଚି ଚାନ୍ଦା ଆଦାୟରୁ ନିବୃତ ରହିବାକୁ ଚେତାବନି ଦେଇଛନ୍ତି । ଯଦି ପୁନର୍ବାର ଚାନ୍ଦା ଆଦାୟ କରାଯାଉଥିବାର ଅଭିଯୋଗ ହୁଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୋଳିସ ଅଧିକାରୀଙ୍କ ଠାରୁ ପ୍ରକାଶ । ସେହିପରି ସାଲେପୁର ଥାନା ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଇଁ ଜବରଦସ୍ତ ଚାନ୍ଦା ଆଦାୟ କରାଯାଉଥିବା ଜଣାପଡ଼ିଛି । ସାଲେପୁର ପୋଲିସ୍ ପ୍ରଶାସନ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ବେସ ତତ୍ପର ହୋଇ ଉଠିଥିବା ଦେଖାଯାଇଛି …

Leave a Reply

Your email address will not be published. Required fields are marked *