ସାଲେପୁର, ୨୨/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ୬ନଂ କେନାଲର କୁସମ୍ବୀ ନିକଟରେ ଜଣେ ବ୍ୟକ୍ତି କେନାଲ ପାଣିରେ କୌଣସି କାରଣରୁ ଖସିପଡିବାରୁ କେନାଲ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ଖବରରୁ ପ୍ରକାଶ ଯେ ବରାଦୋ ଗ୍ରାମର ନିରଞ୍ଜନ ସାମଲ(୬୦) ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ରାଇସୁଙ୍ଗୁଡ଼ା ଅଂଚଳକୁ ଯାଉଥିବା ସମୟରେ କୁସମ୍ବୀ ଗ୍ରାମ ନିକଟରେ କୌଣସି କାରଣରୁ କେନାଲ ଭିତରକୁ ଖସିପଡିଥିଲେ । ପ୍ରତ୍ୟେକ୍ଷଦର୍ଶୀମାନେ ଖୋଜାଖୋଜି କରିବା ସହ ସାଲେପୁର ଦମକଳ ଗାଡ଼ିକୁ ଖବର ଦେଇଥିଲେ । ଦମକଳ ବାହିନୀର କର୍ମଚାରୀମାନେ କେନାଲ ପାଣିରେ ବୁଡ଼ି ବହୁ ଖୋଜାଖୋଜି କରିବାପରେ ରାତ୍ର ପ୍ରାୟ ୮.୧୫ମି. ସମୟରେ କେନାଲ ମଧ୍ୟରୁ ନିରଞ୍ଜନଙ୍କ ମୃତଦେହ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ଆଜି ନିରଞ୍ଜନର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି । ଓଡ଼ିଶା ସମାଚାର