କଟକ, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- କଟକରେ ବୋମା ମାଡ଼ ଘଟିଛି । ଏକ ବାଇକ ରେ ଦୁଇଜଣ ଆସି ଡ଼ଗରପଡ଼ା ହନୁମାନ ମନ୍ଦିର ନିକଟରେ ୩ ଥର ବୋମା ମାଡ଼ କରି ଫେରାର ହୋଇଯାଇଥିଲେ । ତେବେ ଏହି ବୋମା ମାଡ଼ରେ କେହି ମୃତାହତ ହୋଇନାହାନ୍ତି । ଲାଲବାଗ ପୋଲିଜ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ପୂର୍ବ ଶତୃତାରୁ ଏହି ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଓଡ଼ିଶା ସମାଚାର