କେନ୍ଦ୍ରାପଡା ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କ୍ରୀଡା ଛାତ୍ରାବାସରେ ନାମ ଲେଖାଇବା ପାଇଁ ଚଳିତ ଅଗଷ୍ଟମାସ ୨୪ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଭୂବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଚୟନ ଶିବିର ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାରୁ ୪୭ଜଣ ଛାତ୍ରଛାତ୍ରୀ ମନୋନିତ ହୋଇଥିବା ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମନୋନିତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଆସନ୍ତା ୨୪ତାରିଖ ଦିନ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୂବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପହଁଚିବେ । ଏହି ଛାତ୍ରଚାତ୍ରୀମାନଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ଶୁଭେଛା ଜଣାଇଛନ୍ତି । ଓଡ଼ିଶା ସମାଚାର