ଭୁବନେଶ୍ୱର , ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଜୁନିଅର କଲେଜ ଉଠାଯାଇ ୟୁନିଟ ୯ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ । ଏନେଇ ରମାବେଦୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି । ରମାଦେବୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବା ପରଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଦାବି କରାଯାଉଥିଲା । ବିଶ୍ୱବିଦ୍ୟାଳୟ ପରିସରରେ ଜାଗା କମ ଥିବାରୁ କ୍ଲାସରୁମ ସଂଖ୍ୟା ଅଧିକ ହୋଇପାରୁନାହିଁ । ତେଣୁ ଏଠାରୁ + ୨ ଜୁନିଅର କଲେଜ ଉଠାଯାଇ ୟୁନିଟ ୯ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ । ଓଡ଼ିଶା ସମାଚାର