Friday , January 28 2022
Breaking News
Home / ଶିକ୍ଷା / ମଧ୍ୟାହ୍ନ ଭୋଜନ ଖାଇ ୩୩ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୩୩ ଛାତ୍ରଛାତ୍ରୀ ଅସୁସ୍ଥ

ମାଲକାନଗିରି, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ପଂଚାୟତ ନିକଟ ଟେମ୍ପୋରାରୀ କଲୋନୀରେ ଥିବା ପ୍ରାଥମିକ ଆବାସିକ ବିଦ୍ୟାଳୟରେ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ୩୩ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥ ଛାତ୍ରୀ ମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେମାନେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ଭଜା ଖାଇଥିଲେ । ଅପରାହ୍ନ ୪ଟା ପରେ ପ୍ରଥମେ ଛାତ୍ରୀମାନଙ୍କ ପେଟ ବ୍ୟଥା ଆରମ୍ଭ ହୋଇଥିଲା । ଏହା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ସେମାନଙ୍କର ଝାଡ଼ା ହୋଇଥିଲା । ପରିସ୍ଥିତି ଅଣାୟାତ ହେବାରୁ ପ୍ରଧାନଶିକ୍ଷକ ଅସୁସ୍ଥ ୩୩ ଜଣ ଛାତ୍ରୀଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ତେବେ କେଉଁ କାରଣରୁ ସେମାନେ ଅସୁସ୍ଥ ହୋଇପଡିଥିଲେ ତାହା ଅସ୍ପଷ୍ଟ ରହିଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୩/୧/୨୦୨୨ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ବାଳକ ବିଭାଗ ଆନୁକୂଲ୍ୟରେ ପରାକ୍ରମ …

Leave a Reply

Your email address will not be published. Required fields are marked *