Sunday , October 24 2021
Breaking News
Home / ତାଜା ଖବର / ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଇଓ ଅଫିସ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଇଓ ଅଫିସ ମୁଖ୍ୟ କିରାଣୀ

ବଲାଙ୍ଗୀର, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଡମନ୍ ପ୍ରସାଦ ମିଶ୍ର ଲାଂଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଅବସରପ୍ରାପ୍ତ ଶିକ୍ଷକ ହାଡୁ ଭୋଇଙ୍କ ଏସିପି ଏରିଅର ବିଲ୍ କରାଇଦେବାକୁ ମିଶ୍ର ୫ ହଜାର ଟଙ୍କା ଲାଂଚ ମାଗିଥିଲେ । ଏ ନେଇ ଶିକ୍ଷକ ଭୋଇ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଟିମ୍ ମଙ୍ଗଳବାର ମଧ୍ୟାହ୍ନରେ ଗୁଡଭେଲା ବିଇଓ ଅଫିସରେ ଚଢ଼ାଉ କରିଥିଲେ । ମୁଖ୍ୟ କିରାଣୀ ମିଶ୍ରଙ୍କଠାରୁ ଆବଶ୍ୟକ କାଗଜପତ୍ର ସହ ଲାଂଚ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରି ତାଙ୍କୁ ଗିରଫ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *