Wednesday , October 4 2023
Breaking News
Home / ବିଶେଷ / ବଦଳିଲା ବଲାଙ୍ଗୀର-ଭୁବନେଶ୍ୱରଇଂଟର ସିଟି ଏକ୍ସପ୍ରେସ ଯାତ୍ରା ସମୟ

ବଦଳିଲା ବଲାଙ୍ଗୀର-ଭୁବନେଶ୍ୱରଇଂଟର ସିଟି ଏକ୍ସପ୍ରେସ ଯାତ୍ରା ସମୟ

ଭୁବନେଶ୍ୱର , ୨୧/୦୮/୨୦୧୯(ଓଡ଼ିଶା ସମାଚାର)-ସେପ୍ଟେମ୍ବର ପହିଲାରୁ ବଲାଙ୍ଗୀର-ଭୁବନେଶ୍ୱର ଇଂଟର ସିଟି ଏକ୍ସପ୍ରେସ ପରିବର୍ତିତ ସମୟରେ ଯାତ୍ରା କରିବ । ଟ୍ରେନ ପରିଚାଳନାଗତ କାରଣ ପାଇଁ ପୂର୍ବତଟ ରେଳପଥ ଆସନ୍ତା ସେପ୍ଟେମ୍ବର ମାସ ପହିଲା ଠାରୁ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଂଟର ସିଟି ଏକ୍ସପ୍ରେସ ର ସମୟକୁ ପରିବର୍ତିତ କରି ଚଳାଚଳ କରିବାକୁ ସ୍ଥିର କରିଛି । ପରିବର୍ତିତ ସମୟ ଅନୁଯାୟୀ ଏହି ଇଂଟର ସିଟି ଏକ୍ସପ୍ରେସ ବଲାଙ୍ଗୀର ଠାରୁ ଅପରାହ୍ନ୨ଘ.୩୦ମି. ପରିବର୍ତେ ଅପରାହ୍ନ୨ଘ.୪୫ମି. ରେ ବଲାଙ୍ଗୀର ଠାରୁ ଛାଡି ଭୁବନେଶ୍ୱର ଠାରେ ପୂର୍ବ ର୍ନିଦ୍ଧାରିତ ସମୟ ରାତ୍ର ୯ଘ.୪୦ମି. ପରିବର୍ତେ ରାତ୍ର ୯ଘ.୫୫ମି. ରେ ପହଂଚିବ ।ବଲାଙ୍ଗୀର ଓ ଭୁବନେଶ୍ୱର ମଧ୍ୟରେ ଇଂଟର ସିଟି ଏକ୍ସପ୍ରେସ ପାଇଁ ସ୍ଥିରୀକୃତ ଷ୍ଟେସନ ମାନଙ୍କରେ ସମୟରେ ମଧ୍ୟ ପରିବର୍ତନ କରାଯାଇଛି । ଏହି ଟ୍ରେନ୍ ଲୋଇଶିଙ୍ଗା ରୁ ଅପରାହ୍ନ୩ଘ.୦୩ମି.ରେ, ବରଗଡ଼ ରୋଡ଼ରୁ ଅପରାହ୍ନ ୩ଘ.୪୯ମି.ରେ,ସମ୍ବଲପୁରରୁ ଅପରାହ୍ନ୪ଘ.୫୦ମି.ରେ, ରେଢ଼ାଖୋଲ ରୁଅପରାହ୍ନ ୫ଘ.୫୭ମି.ରେ,ଅନୁଗୁଳ ରୁ ସନ୍ଧ୍ୟା୭ଘ.୨୯ମି.ରେ, ତାଳଚେରରୋଡ଼ ରୁ ସନ୍ଧ୍ୟା ୭ଘ.୪୧ମି.ରେ,ଢେଙ୍କାନାଳ ରୁ ରାତ୍ର୮ଘ.୩୧ମି.ରେ ଏବଂ ନରାଜମାର୍ଥାପୁର ରୁ ରାତ୍ର ୯ଘ.୧୭ମି.ରେଛାଡି ଭୁବନେଶ୍ୱର ଯାତ୍ରା କରିବ । ତେବେ ଭୁବନେଶ୍ୱର ରୁ ସକାଳେ ଛାଡୁଥିବା ୧୨୮୯୩ ଭୁବନେଶ୍ୱର-ବଲାଙ୍ଗୀର ଇଂଟର ସିଟି ଏକ୍ସପ୍ରେସ ସମୟ ସାରଣୀ ଓ ସ୍ଥିରୀକୃତ ଷ୍ଟେସନରେ କୌଣସି ପରିବର୍ତନ ହେବନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *