Saturday , October 16 2021
Breaking News
Home / ବିଶେଷ / ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀକୁ ଦୁଷ୍ମର୍ମ , ଛାତ୍ରୀ ଗର୍ଭବତୀ

ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀକୁ ଦୁଷ୍ମର୍ମ , ଛାତ୍ରୀ ଗର୍ଭବତୀ

                               ନାବାଳିକାର ମାଆ ଥାନାରେ ଦେଲେ ଏତାଲା

ସାଲେପୁର , ୨୧/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ଥାନା ଅଧିନ ସଉରି ପଂଚାୟତ ଅଲିପୁର ଗ୍ରାମର ଭୂପେନ୍ଦ୍ର ଦାସଙ୍କ ପୁଅ ସୈାମ୍ୟରଂଜନ ଦାସ ଓରଫ (ରିଙ୍କୁ ) ସେହି ଗ୍ରାମର ଜନୈକା ନାବାଳିକା ସ୍କୁଲ ଛାତ୍ରୀକୁ ଏକତରଫା ଭଲ ପାଇ ନାବାଳିକାର ଘରେ ପରିବାର ଲୋକ ନଥିବାର ସୁଯୋଗରେ ଛାତ୍ରୀକୁ ଦୁଷ୍ମର୍ମ କରିବା ଓ ନାବାଳିକା ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ବିଷୟ ନାବାଳିକାର ମା’ ସାଲେପୁର ଥାନାରେ ଏତାଲା ଦେଇଥିବା ଜଣାପଡ଼ିଛି । ସାଲେପୁର ଥାନାରେ ନାବାଳିକାର ମା’ ଦେଇଥିବା ଏତାଲାରୁ ପ୍ରକାଶ  ଦଶମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକା ଛାତ୍ରୀକୁ ରିଙ୍କୁ ନିଜର ୯୪୩୮୮୪୭୬୯୩ ନମ୍ବର ଥିବା ମୋବାଇଲରୁ ଏକାଧିକ ଥର ଅଶ୍ଳିଳ ମେସେଜ୍ ପଠାଇ ହଇରାଣ କରୁଥିଲା । ଗତକାଲି ସଂନ୍ଧ୍ୟାରେ ଝିଅର ମୋବାଇଲକୁ  ଅଶ୍ଳିଳ ମେସେଜ୍ ଆସିଥିବା ଦେଖି ମା’  ଝିଅକୁ ଏହି ମେସେଜ୍ ବିଷୟରେ ପଚାରିଥିଲେ । ଝିଅ ଠାରୁ ସମସ୍ତ ଘଟଣା ଶୁଣି ସେ ଭାରସାମ୍ୟ ହରାଇ ପଡ଼ିଥିଲେ । ପରେ ନାବାଳିକାର ବାପ ମାଆ ରିଙ୍କୁ ଘରକୁ ଯାଇ ତା’ର ପରିବାର ଲୋକଙ୍କୁ ଘଟଣା ବିଷୟରେ ପଚାରିଥିଲେ । ରିଙ୍କୁର ପରିବାର ଲୋକ ଏମାନଙ୍କର କଥା ନଶୁଣି ଓଲଟି ଏମାନଙ୍କୁ ଗାଳି ଗୁଲଜ କରିଥିଲେ । ପରେ ନାବାଳିକାର ମାଆ ସାଲେପୁର ଥାନାରେ ଏତାଲା ଦେଇଥିଲେ । ଏତାଲାରେ ଉଲ୍ଲେଖ ରହିଛି ଆଜିକୁ ଦୁଇ ମାସ ତଳେ ନାବାଳିକାର ଘରେ ପରିବାର ଲୋକ ନଥିବା ବେଳେ ରିଙ୍କୁ ଘରେ ପଶି ନାବାଳିକା ଛାତ୍ରୀକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏହି ଦୁଷ୍କର୍ମ ବିଷୟରେ କାହାକୁ କହିଲେ ଏସିଡ଼ ପକାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଏତାଲାରେ ଉଲ୍ଲେଖ ରହିଛି । ତେବେ ଝିଅ ଭୟରେ ଏହି ବିଷୟ କାହାକୁ କହିନଥିଲା ବୋଲି ନାବାଳିକାର ମାଆ ଏତାଲାରେ ଲେଖିବା ସହ ନାବାଳିକା ଜଣକ ବର୍ତମାନ ଦେଢ଼ମାସର ଗର୍ଭବତୀ ଥିବା ଏତାଲାରେ ଦର୍ଶାଯାଇଛି । ଏତାଲା ପାଇବା ପରେ ସାଲେପୁର ଥାନା ପକ୍ଷରୁ ପୋଲିସ୍ କେଶ୍ ନଂ ୨୦୭/୧୯ ରେ ଏକ ମାମଲା ରୁଜୁ କରି ପୋକୋ୍ସ ଆକ୍ଟ ଲଗାଇ ତଦନ୍ତ ଜାରୀ ରଖିଛି । ତେବେ ରିଙ୍କୁ ଅଦ୍ୟାବଧି ଗିରଫ୍ ହୋଇନଥିବା ଜଣାପଡ଼ିଛି । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ  ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *