Saturday , August 20 2022
Breaking News
Home / ବିଶେଷ / ଗାଡ଼ି ଯାଂଚ – ୨୮,୫୦୦ଟଙ୍କା ଜୋରିମାନା ଆଦାୟ           

ଗାଡ଼ି ଯାଂଚ – ୨୮,୫୦୦ଟଙ୍କା ଜୋରିମାନା ଆଦାୟ           

ସାଲେପୁର ,୨୧/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ଅଂଚଳରେ ଶହଶହ ସଂଖ୍ୟାରେ କାଗଜପତ୍ର ନଥିବା ଦୁଇ ଚକିଆ ଗାଡ଼ି ଚାଲୁଥିବା ଓ  ବିନା ହେଲେମେଟରେ ଚାଳକ ମାନେ ଗାଡ଼ି ଚଳାଉଥିବା ଓ ଫିଟନେସ୍ ନଥିବା ୪ ଚକିଆ , ୬ ଚକିଆ, ୮ ଚକିଆ ୧୦ ଚକିଆ ଯାନସବୁ ଚାଲୁଥିବା ବିଷୟ ଏକାଧିକ ଥର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଆଜି ଆର. ଟି. ଓ  ଓ ସାଲେପୁର ପୋଲିସ୍ ମିଳିତ ଭାବେ ରାସ୍ତାରେ ଗାଡ଼ି ଗୁଡ଼ିକୁ ଚେକିଙ୍ଗ୍ କରିଥିଲେ । ଏହି ଚେକିଙ୍ଗରେ ୧୦୭ଟି ଭିସିଆର କଟାଯାଇଥିଲା । ବିନା ହେଲମେଟ୍ ରେ ୮୬ଜଣ , ମଦ୍ୟପାନ କରି ଡ଼ାଇଭିଙ୍ଗ କରୁଥିବା ୪ଜଣ, ସିଟ୍ ବେଲଟ୍ ବାନ୍ଧି ନଥିବା ୧୫ଜଣ ଓ ମୋବାଇଲରେ କଥା ହୋଇ ଡ଼୍ରାଇଭିଙ୍ଗ କରୁଥିବା ୨ଜଣଙ୍କ ଠାରୁ ୨୮,୫୦୦ଟଙ୍କା ଜୋରିମାନା ଆଦାୟ ହୋଇଥିବା ଆଡ଼ିସନାଲ ଆରଟିଓଙ୍କ ଠାରୁ ପ୍ରକାଶ । ଏହି ଚେକିଙ୍ଗ ସାଲେପୁର ଅଂଚଳରେ ସବୁଦିନ ଚାଲିବ ବୋଲି ବରିଷ୍ଠ ଅଧିକାରୀ ମାନେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର  ୪୨ ମୌଜା ଦଧିବାମନପୁର  ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ …

Leave a Reply

Your email address will not be published.