ଜଣେ ନିଖୋଜ ଜଣେ ଉଦ୍ଧାର
ସାଲେପୁର ,୨୧/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): କେନ୍ଦ୍ରାପଡ଼ା କେନାଲରେ ସାତବାଟିଆ ଠାରେ ଦୁଇଜଣ ଛାତ୍ର ଗାଧୋଉଥିବା ବେଳେ କେନାଳ ଜଳର ପ୍ରଖର ସ୍ରୋତରେ ସେମାନେ ଭାସିଯାଇଥିଲେ । ତେବେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଛାତ୍ର ସଂଜୟ ଜେନାକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଛାତ୍ର ରାହୁଲ ନିଖୋଜ ରହିଛି । ସଂଜୟ ଓ ରାହୁଲ ତାଙ୍କର ମାମୁଁ ଘର ପୂର୍ବକଚ୍ଛକୁ ଆସିଥିଲେ । ତେବେ ନିଖୋଜ ଥିବା ଛାତ୍ରକୁ ଦମକଳ ବାହିନୀ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ଖୋଜାଖୋଜି ଜାରୀ ରଖିଛନ୍ତି । ଓଡ଼ିଶା ସମାଚାର