Sunday , October 1 2023
Home / ବିଶେଷ / କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୨୬ତମ ବାର୍ଷିକ ସାଧାରଣ ବୈଠକ

କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୨୬ତମ ବାର୍ଷିକ ସାଧାରଣ ବୈଠକ

କେନ୍ଦ୍ରାପଡା, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ୨୬ତମ ବାର୍ଷିକ ସାଧାରଣ ବୈଠକ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାଙ୍କର ପଞ୍ଜିକୃତ ସଭ୍ୟ/ସଭ୍ୟାମାନେ ଅଂଶଗ୍ରହଣ କରି ବ୍ୟାଙ୍କର ଜମା,ଋଣ ଲଗାଣ,ଋଣ ଆଦାୟ ସ୍ଥିତିର ସମୀକ୍ଷା କରିବା ସହ ବ୍ୟାଙ୍କର ଅନ୍ୟାନ୍ୟ ଆର୍ଥିକ ଓ ବ୍ୟବସାୟିକ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହ ବ୍ୟାଙ୍କର ପରିଚାଳନା ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡିକୁ ସର୍ବସମ୍ମତିକ୍ରମେ ଅନୁମୋଦନ କରିଥିଲେ । ବ୍ୟାଙ୍କ ପରିଚାଳନା ପରିଷଦ ସଭାପତି ଭାଗବତ ପ୍ରସାଦ ମହାନ୍ତିଙ୍କ ଅନୁପସ୍ଥିତିରେ ନିର୍ଦେଶକ ଅମ୍ବିକା ପ୍ରସାଦ ଦାସ ସର୍ବସମ୍ମତିକ୍ରମେ ଏହି ବୈଠକରେ ସଭାପତିତ୍ୱ କରିଥିଲେ । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ ସହିତ ବ୍ୟାଙ୍କ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ବ୍ୟାଙ୍କ ଆଧୁନିକକରଣ କରାଯାଇ ଉନ୍ନତ ଓ ଦୃତ ଗ୍ରାହକ ସେବା ଯୋଗାଇ ଦିଆଯାଉଥିବାର ଉପଲବ୍ଧି କରି ସମସ୍ତେ ସନ୍ତୋଷ ପ୍ରକାଶ କରିଥିଲେ । ଏ.ଟି.ଏମ.,ସି.ବି.ଏସ.ଓ ସି.ଟି.ଏସ. ସେବା ପ୍ରଚଳନ ଦ୍ୱାରା ବ୍ୟାଙ୍କ ପ୍ରତିଯୋଗୀତାମୂଳକ ସେବା ପ୍ରଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିଛି ବୋଲି ମତପ୍ରକାଶ ପାଇଥିଲା । ଅନାଦାୟ ଋଣ ଆଦାୟ ପ୍ରତି ଗୁରୁତ୍ୱାରୋପ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ବଳରେ ଏହା କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜମାକାରୀମାନଙ୍କ ଜମାର ସୁରକ୍ଷା ସହ ବ୍ୟାଙ୍କ ସେବାରେ ସ୍ୱଛତା,ଉତ୍ତର ଦାୟିତ୍ୱ ଏବଂ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଭାରପ୍ରାପ୍ତ ସମବାୟ ସହ ନିବନ୍ଧକ ଅଶୋକ କୁମାର ବେହେରା ଯୋଗଦେବା ସହ ବ୍ୟାଙ୍କର ସ୍ଥିତି ଓ ଭବିଷ୍ୟତ ସୁରକ୍ଷିତ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବ୍ୟାଙ୍କ ପରିଚାଳନା ପରିଷଦର ନିର୍ଦେଶକ ବଟକୃଷ୍ଣ ପ୍ରଧାନ, ଫକିର ଚରଣ ଖଟୁଆ, ମହମ୍ମଦ ଆକବର ଅଲ୍ଲୀ, ମହେନ୍ଦ୍ର ପରିଡା, ଶରତ ବେହୁରା, ସିଦ୍ଧାର୍ଥଶଙ୍କର ଜେନା, ଦୟାନିଧି ଜେନା ପ୍ରମୁଖ ବକ୍ତବ୍ୟ ରଖିବା ସହିତ ବ୍ୟାଙ୍କର ପ୍ରଗତି ନିମନ୍ତେ ସମସ୍ତଙ୍କ ସହ ଯୋଗ କାମନା କରିଥିଲେ । ବ୍ୟାଙ୍କର ପୂର୍ବତନ ସଭାପତି ଜ୍ଞାନଦେବ ବେଉରା,ପୂର୍ବତନ ନିର୍ଦେସକ ଧରଣୀଧର ସୁଆର, ପ୍ରଫୁଲ୍ଲ ସାହୁ, ମୁକ୍ତାର ଖାଁ, ଗୋପାଳ ମାହାଲିକ, ଗୋପାଳକୃଷ୍ଣ ଜେନା ପ୍ରମୁଖ ଗଠନମୁଳକ ମତାମତ ଉପସ୍ଥାପନା କରିଥିଲେ । ଶେଷରେ ସଭ୍ୟ ବସନ୍ତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *