Saturday , October 16 2021
Breaking News
Home / ବିଶେଷ / କମାଗୁରୁ କଲେଜ ପକ୍ଷରୁ ଆମପରିସର ସ୍ୱଚ୍ଛ ସବୁଜ ସୁନ୍ଦର ଅଭିଯାନ

କମାଗୁରୁ କଲେଜ ପକ୍ଷରୁ ଆମପରିସର ସ୍ୱଚ୍ଛ ସବୁଜ ସୁନ୍ଦର ଅଭିଯାନ

ଛାତ୍ର ଟିଏ, ଗଛ ଟିଏ ଅଭିଯାନ ଉଦଘାଟିତ

ନିରାକାରପୁର, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ କଲେଜ ପକ୍ଷରୁ ଆମପରିସର ସ୍ୱଚ୍ଛ ସବୁଜ ସୁନ୍ଦର ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି । କଲେଜର ପ୍ରତ୍ୟେକ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ପ୍ରତ୍ୟେକ ପ୍ରକୃତି ବିହାର ପରିସରରେ ଗୋଟିଏ ଗୋଟିଏ ଚାରାରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋରଧାର ପୂର୍ବତନ ବିଧାୟକ ତଥା ପ୍ରେରଣା ଅନୁଷ୍ଠାନର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ବୃକ୍ଷରୋପଣ କରିବା ସହିତ ପ୍ରତ୍ୟେକ ଛାତ୍ର ନିଜର ଅଧ୍ୟୟନ କାଳରେ କଲେଜ ପରିସରରେ ଗଛଟିଏ ଲାଗାଇ ତାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ- “ସ୍ୱଚ୍ଛ ଓ ସବୁଜ ପରିବେଶ ଛାତ୍ର ଛାତ୍ରୀଙ୍କ ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ଶୈାକ୍ଷୀକ ବାତାବରଣ ସୃଷ୍ଟିକରିଥାଏ” । କଲେଜର ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପରିବେଶବିତ୍ ତଥା ପ୍ରେରଣା ଗ୍ରୀନଆର୍ମୀର କମାଣ୍ଡର ଇଂ ବିଶ୍ୱମୋହନ ପଟ୍ଟନାୟକ ଉଦଘାଟକ ରୂପେ ଯୋଗଦେଇ କଲେଜ ପରିସରରେ ଗଛଟିଏ ଲାଗାଇ ଏହାର ଶୁଭାରମ୍ଭ କରିଥିଲେ । ସେ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ – “ପ୍ରତ୍ୟେକ ଛାତ୍ର ଗୋଟିଏ ଗଛକୁ ପୋଷ୍ୟ ଗଛଭାବେ ଗ୍ରହଣ କରି ତାର ଯତ୍ନ ନେବାପାଇଁ ହାତବଢାଇବା ଉଚିତ୍ ।” ଯେଉଁ ଛାତ୍ର ଛାତ୍ରୀଙ୍କର ଗଛ ସୁସ୍ଥ ଓ ସୁନ୍ଦର ହୋଇଥିବ ତାକୁ କଲେଜର ବାର୍ଷିକ ଉତ୍ସବରେ “ବୃକ୍ଷସାଥୀ” ସମ୍ମାନ ପ୍ରଦାନ କରାଯିବ । ଏହି କାଯ୍ର‌୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ଅଧ୍ୟାପିକା ଡଃ ରେଣୁବାଳା ସାମନ୍ତରାୟ, ସତ୍ୟନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏବଂ ରତ୍ନାକର ମହାପାତ୍ର, ଚିତରଂଜନ ସାହୁ, ବିଦ୍ୟାଧର ବିଶ୍ୱାଳ, ହିମାଶୁଂ ଭୁଷଣ, ସୁରଜିତ ଜୟସିଂହ, ଆଲୋକ ମଙ୍ଗରାଜ, ବାସୁଦେବ, ରାଜକିଶୋର ମହାନ୍ତି ଓ ମନମୋହନ ନାୟକ ପ୍ରମୁଖ ଉପସ୍ଥିତଥିଲେ ।
ପରିଶେଷରେ “ଛାତ୍ର ଟିଏ ଗଛ ଟିଏ”, “ଛାତ୍ରୀ ଟିଏ ଗଛ ଟିଏ”, “ପିଲା ଟିଏ ଗଛ ଟିଏ”, ଆଦି ସ୍ଲୋଗାନଦେଇ ଛାତ୍ର ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଅଂଚଳ ପରିକ୍ରମା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *