Friday , October 29 2021
Home / ବିଶେଷ / ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରୁ ଭଙ୍ଗାଗଲା ବେଆଇନ କୋଠା

ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରୁ ଭଙ୍ଗାଗଲା ବେଆଇନ କୋଠା

ପୁରୀ,୨୦/୦୮/୨୦୧୯(ଓଡ଼ିଶା ସମାଚାର)- ଶ୍ରୀମନ୍ଦିରରସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଅନେକ ଗୁଡିଏ ପଦକ୍ଷେପ ହାତକୁ ନେଇଛନ୍ତି । ପୁରୀ ସହରରକୁ ବିଶ୍ୱସ୍ତରୀୟ ସହର କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ର ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ଶ୍ରୀମନ୍ଦିରକୁ ପ୍ରତିଦିନ ୪୦ ହଜାରରୁ ଉଦ୍ଧ୍ୱର୍ ଭକ୍ତ ରାଜ୍ୟ ତଥା ଦେଶ ବିଦେଶରୁ ଦର୍ଶନ କରିବାକୁ ଆସିଥାନ୍ତି । ବିଭିନ୍ନ ପର୍ବ ପର୍ବାଣିରେ ଏହି ସଂଖ୍ୟା ୧ ଲକ୍ଷକୁ ଟପିଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟହେଉଛି, ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗ । ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଙ୍ଖିବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ପଡିଛନ୍ତି । ଗୁଇନ୍ଦା ବିଭାଗ ଶ୍ରୀମନ୍ଦିର ପ୍ରତି ବିପଦଥିବା ବାରମ୍ବାର ଜଣାଉଥିବାରୁ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି ।ଶ୍ରୀମନ୍ଦିର ଚାରିପଟ ଏବେ ପୁଲିସ ଛାଉଣିରେ ପରିଣତ ହୋଇଛି । ମରଚିକୋଟ ଛକଠାରୁ ସିଂହଦ୍ୱାର, ଜହ୍ନିମୁଣ୍ଡିଆ ଛକ, କାକୁଡିଖାଇ ଛକ,ଲୋକନାଥ ରୋଡ, ଗାଣ୍ଡୁଆ ଚଉରା ଛକ,ଗଡନ୍ତି ଛକ, ଲକ୍ଷ୍ମୀ ବଜାର, ଦୋଳବେଦୀ କୋଣରେ ପୁଲିସ ମୁତୟନ ହୋଇଛନ୍ତି । ସୋମବାର ସକାଳ ସାଢେ୬ଟାରୁ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରୁ ଭଙ୍ଗାଭଙ୍ଗି କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ବେଆଇନ କୋଠା ଗୁଡିକୁ ଭାଙ୍ଗିବା ସହ ଭଙ୍ଗା ସାମଗ୍ରୀଗୁଡିକ ସଙ୍ଗେ ସଙ୍ଗେ ଟ୍ରକ୍ ଓ ଟ୍ରାକ୍ଟର ଯୋଗେ ସ୍ଥାନାନ୍ତର କରାଯାଉଛି । ମଙ୍ଗଳବାର ମଧ୍ୟ ଏହି କାର୍ଯ୍ୟ ଚାଲୁରହିବ । ବି.ପି. ଦାସ କମିଶନଙ୍କ ରିପୋର୍ଟ ଅନୁସାରେ ରାଜ୍ୟ କ୍ୟାବିନେଟ ବୈଠକ ନିଷ୍ପତି ନେଇଛି ଯେ, ମେଘନାଦ ପାଚେରୀ ଠାରୁ ୭୫ ମିଟର ପ୍ରାୟ ୨୫୦ଫୁଟ ପର୍ଯ୍ୟନ୍ତ କୌଣସି ଘରଦ୍ୱାର ରହିବନାହିଁ । ଅନ୍ୟପକ୍ଷରେ ପୁଲିସଛାଉଣିକୁ ଦେଖି ସ୍ଥାନୀୟ ଅଂଚଳବାସୀଙ୍କ ମନରେ ଛନକା ପଶିଛି । ଜିଲ୍ଲାପାଳ ବଲବନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ଓ ଏସପି ଉମାଶଙ୍କର ଦାଶଙ୍କ ତତ୍ୱାବଧାନରେ୨୪ ପ୍ଲାଟୁନ୍୍ ପୁଲିସ ଫୋର୍ସ ମୁତୟନହୋଇ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ବପଟ ସିଂହଦ୍ୱାର ସମ୍ମୁଖରେ ଥିବା ସିଂହଦ୍ୱାର ପୁଲିସ ଫାଣ୍ଡି, ଜୋତା ଷ୍ଟାଣ୍ଡ,ସାମନ ରଖିବା ଘର, ଜିଲ୍ଲା ସୂଚନାକେନ୍ଦ୍ର, ନିୟନ୍ତ୍ରଣ କକ୍ଷ, ରାମଦୟା ପରିଷଦ ପଛପଟ, ଛାଉଣି ମଠ ପାଖରେଥିବା ଜୋତାଷ୍ଟାଣ୍ଡ, ପ୍ରତିହାରୀ ସ୍ୱଧ୍ୟାୟ କେନ୍ଦ୍ର ପ୍ରମୁଖ ଭଙ୍ଗାଯାଇଛି । ଶ୍ରୀମନ୍ଦିରର ଦକ୍ଷିଣପଟେ ଥିବା ଶୌଚାଳୟ, ଜୋତା ଷ୍ଟାଣ୍ଡ,ଦୁଇଟି ଖଜା ଦୋକାନ, ହନୁମାନ ମନ୍ଦିରର ଗୋଟିଏ ପାଶ୍ୱର୍, ପିଏଚଡିପମ୍ପ ହାଉସ୍, ସାମନ ଘର ଆଦି ଭଙ୍ଗାଯାଇଛିା ପଶ୍ଚିମପଟେ ଥିବା ସେସୁ ଅଫିସ, ପିଏଚଡି ପମ୍ପ ହାଉସ ଆଦି କୋଠା ଗୁଡିକୁ ଭଙ୍ଗାଯାଇଛି । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *