ଭୁବନେଶ୍ୱର , ୨୦/୮/୨୦୧୯(ଓଡ଼ିଶା ସମାଚାର)- ବିଦ୍ୟୁତ ଚୋରୀକୁ ରୋକିବା ପାଇଁ ପ୍ରି-ପେଡ଼ ଏବଂ ସ୍ମାର୍ଟ ମିଟର ବସିବ ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ସମ୍ବଲପୁରରେ ପ୍ରି-ପେଡ଼ ମିଟର ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯିବ । ରାଉରକେଲାରେ ସ୍ମାର୍ଟ ମିଟର ଆରମ୍ଭ କରାଯିବ । ଏହି ପାଇଲଟ ପ୍ରକଳ୍ପର ସଫଳତା ମିଳିଲା ପରେ ଅନ୍ୟ ସମସ୍ତ ସହରରେ ପର୍ଯ୍ୟାୟ କ୍ରମେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ । ସମ୍ବଲପୁରରେ ୪,୫୦୦ ପ୍ରି ପେଡ଼ ମିଟର ଲାଗିବ । ଏହି ମିଟର ଲାଗିବା ପାଇଁ ଉପଭୋକ୍ତା ମାନଙ୍କୁ ଅର୍ଥ ପୈଠ କରିବାକୁ ପଡ଼ିବ ନାହିଁ । ପ୍ରିପେଡ଼ରେ ରହିବ ଡିଜିଟାଲ କାର୍ଡ଼ । ଏହାକୁ ଉପଭୋକ୍ତାମାନେ ରିଚାର୍ଜ କରିବୋ । ଆଗୁଆ ଟଙ୍କା ଦେଇ ରିଚାର୍ଜ କରିବାପରେ ବିଦ୍ୟୁତ ବ୍ୟବହାର କରିପାରିବେ । କେହି ଯଦି କିଛିଗଫଲତି କରନ୍ତି ତାହା ଏହାଦ୍ୱାରା ଜଣାପଡ଼ିଯିବ । ଏହି ବ୍ୟବସ୍ଥା ଦ୍ୱାରା ମିଟରକୁ ସ୍ଲୋ କିମ୍ବା ଟାମ୍ପରିଂ କରାଯାଇପାରିବ ନାହିଁ । ଓଡ଼ିଶା ସମାଚାର