ନୟାଗଡ଼, ୨୦/୦୮/୨୦୧୯(ଓଡ଼ିଶା ସମାଚାର)- ବାଣ ଭିଡ଼ୁଥିବାବେଳେ ବିଷ୍ଫୋରଣ ଘଟି ଜଣେ ମୃତ୍ୟୁ ବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇ ହସପିଟାଲ ରେ ଭର୍ତି ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଶରଣକୂଳ ଥାନା ଗୋଡ଼ିପଡ଼ା ଜଗନ୍ନାଥପୁର ପାଟଣାସାହି ରେ । ଅକ୍ଷୟ ସେଠୀ ବାଣ ଭିଡ଼ୁଥିବାବେଳେ ତାଙ୍କ ପାଖା ପାଖି ଥିବା ବହୁ ପରିମାଣର ବାଣ ବିଷ୍ଫୋରଣ ଘଟି ଥିଲା । ଏହି ବିଷ୍ଫୋରଣ ରେ ଅକ୍ଷୟ ମୃତ୍ୟୁ ବରଣ କରିଥିବାବେଳେ ତାଙ୍କ ପତ୍ନୀ ଙ୍କ ସମେତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି ଓ ତାଙ୍କ ଘର ଟି ସମ୍ପୂର୍ଣ୍ଣ ଜଳି ଯାଇଛି । ନୟାଗଡ଼ ଓ ଓଡ଼ଗାଁ ରୁ ୫ ଟି ଦମକଳ ଗାଡ଼ି ଓ ଅଗ୍ନୀଶମ ବାହିନୀ ପହଂଚି ନିଆଁ ଲିଭାଇଥିଲେ । ଶରଣକୂଳ ପୋଲିସ୍ ଘଟଣାର ଛାନଭିନ କରୁଛି । ଓଡ଼ିଶା ସମାଚାର