ପାରାଦ୍ୱୀପ ୨୦/୦୮/୨୦୧୯(ଓଡ଼ିଶା ସମାଚାର / ଦୀପକ କୁମାର ଦାସ )- ଚଣ୍ଡିଖୋଲ ଜାତୀୟ ରାଜପଥ ଭୁତମୁଣ୍ଡାଇ ଜଗତୀଗଡା ନିକଟରେ ଏକ ସଡକ ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ହେବା ସହ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି । ତେବେ ଆଜି ସକାଳୁ ଭୁତମୁଣ୍ଡାଇ ଜଗତୀ ଗଡା ନିକଟରେ ଛିଡା ହୋଇଥିବା ଆଇରନ ବୋଝେଇ ଟ୍ରକ ପଛପଟେ ଟ୍ରକ ଡ୍ରାଇଭର ଜଣକ ଛିଡା ହୋଇଥିବା ସମୟରେ ହଠାତ ଏକ ଯାତ୍ରୀବାହୀ ଟାଟା ଏସି ଧକ୍କା ହୋଇଥିବା ସମୟରେ ହଠାତ ଏକ ଯାତ୍ରୀବାହୀ ଟାଟାଏସି ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଟ୍ରକରେ ଚାପି ହୋଇ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଟାଟାଏସି ଗାଡିରେ ବସିଥିବା ଦୁଇଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପାରାଦ୍ୱୀପ ଅଠରବାଙ୍କୀ ମେଡିକାଲରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ପାରାଦ୍ୱୀପଗଡ ଲକଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତ ଡ୍ରାଇଭର ର ପରିଚୟ ଏଯାଏ ମିଳିପାରିନି । ଓଡ଼ିଶା ସମାଚାର