Sunday , October 1 2023
Home / ବିଶେଷ / ନୂତନ ମୁଖ୍ୟ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ : ରକେଟ୍ ଗତିରେ ଯିବ ଫାଇଲ୍ : ଅସୀତ୍ ତ୍ରିପାଠୀ

ନୂତନ ମୁଖ୍ୟ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ : ରକେଟ୍ ଗତିରେ ଯିବ ଫାଇଲ୍ : ଅସୀତ୍ ତ୍ରିପାଠୀ

ଭୁବନେଶ୍ୱର,୨୦/୮/୨୦୧୯(ଓଡ଼ିଶା ସମାଚାର)-  ଏଣିକି ସରକାରୀ ଫାଇଲ୍ ରକେଟ୍ ଭଳି ଯିବ ବୋଲି ନୂତନ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି । ସୋମବାର ଦିନ ଲୋକସେବା ଭବନ ଠାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଠାରୁ ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ସମୟ ନଷ୍ଟ ନକରି କଠିନ ଟିମ୍ ୱାର୍କ କଲେ ଠିକ୍ ସମୟରେ ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଂଚିବ । ନିଜର କାମ ଥିଲେ ଫାଇଲ ରକେଟ ଭଳି କ୍ଷୀପ୍ର ଗତିରେ ଯାଇଥାଏ । ସେହିଭଳି ପ୍ରତିଟି ଫାଇଲ ରକେଟ ବେଗରେ ଯେମିତି ଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ । ସେ ଆହୁରି କହିଛନ୍ତି ଯେ ସବୁ ବିଭାଗରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସୂତ୍ରକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯିବ । ସରକାରଙ୍କ ପ୍ରସ୍ତୁତ ଯୋଜନା ଗୁଡିକ ଲୋକଙ୍କ ନିକଟରେ ଯେପରି ପହଂଚିବ ସେଥିନେଇ ସେ ଅଧିକ ଯତ୍ନଶୀଳ ହେବେ । ନିର୍ଦ୍ଦିଷ୍ଟ ସମୟମଧ୍ୟରେ ଫାଇଲ୍ କାର୍ଯ୍ୟ ଓ ନିଷ୍ପତି ଶେଷ କରାଯିବ ।ଭିତିଭୂମିର ବିକାଶ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯିବ । ଇଡକୋରେ ଥିବା ବେଳେ ଫର୍ଚ୍ୟୁନ୍ ଟାୱାର , ଇନଫୋସିଟି ସେ କରିଥିଲେ । କ୍ଷେତ୍ରରେ କିପରି ସରାକରୀ ଯୋଜନା ଗୁଡିକ କାର୍ଯ୍ୟକାରୀ ହେଉଛି ତାହାର ତଦାରଖ କରିବା ଉପରେ ସେ ଜୋର୍ ଦେବେ ବୋଲି କହିଥିଲେ  । ସେହିପରି ନୂତନ ଯୋଜନାର କାର୍ଯ୍ୟକାରୀତା ଉପରେ ମଧ୍ୟ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *