Friday , October 29 2021
Home / କୃଷି / ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସଂକ୍ରାନ୍ତୀୟ ଜିଲା ସ୍ତରୀୟ କର୍ମଶାଳା

ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସଂକ୍ରାନ୍ତୀୟ ଜିଲା ସ୍ତରୀୟ କର୍ମଶାଳା

ଜଗତସିଂହପୁର,୨୦/୦୮/୨୦୧୯(ଓଡ଼ିଶା ସମାଚାର)- ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କ ସଦ୍ଦ୍ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲାରେ ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସଂକ୍ରାନ୍ତୀୟ ଏକ ଜିଲାସ୍ତରୀୟ କର୍ମଶାଳା ନାବାର୍ଡ ବ୍ୟାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଜଗତସିଂହପୁର ଜିଲା ଦୁଗ୍ଧ ଉତ୍ପାଦନରେ ରାଜ୍ୟରେ ଏକ ଅଗ୍ରଣୀ ଜିଲା । ଜିଲାବାସୀ ଗୋ ପାଳନକୁ ଭଲ ପାଆନ୍ତି । ବ୍ୟାଙ୍କର ମାନେ ଜିଲାର ଦୁଗ୍ଧ ଚାଷୀଙ୍କୁ ଋଣ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ ନକରିବା ପାଇଁ ପରାମର୍ଶ ଦେଇଥିଲେ । ଦୁଗ୍ଧ ଚାଷୀ ଦୁଗ୍ଧ ପ୍ରକ୍ରିୟା କରଣ ୟୁନିଟ୍,ମୂଲ୍ୟଯୁକ୍ତ ଦୁଗ୍ ଧ ଉତ୍ପାଦ ପ୍ରସ୍ତୁତି କଲେ ଅଧିକ ଲାଭବାନ୍ ହୋଇପାରିବେ । ୨୦୧୮-୧୯ ଆର୍ଥିକ ବର୍ଷ ଠାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଅଧିକ ଚାଷୀଙ୍କୁ ଋଣ ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ ପ୍ରାଣୀ ଚିକିତ୍ସକ ଓ ବ୍ୟାଙ୍କର ମାନେ ଦୁଗ୍ଧ ଚାଷୀଙ୍କୁ ଠିକ୍ ସମୟରେ ଆବଶ୍ୟକୀୟ ଋଣ ପ୍ରଦାନ କରିବା ସହିତ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସବ୍ସିଡ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଋଣ ପ୍ରଦାନ ପ୍ରକ୍ରିୟାକୁ ସଠିକ୍ ପରିଚାଳନା ନିମନ୍ତେ ପ୍ରାଣୀ ଚିକିତ୍ସକ ଓ ବ୍ୟାଙ୍କର ମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଏହି କର୍ମଶାଳାକୁ ପରିଚାଳନା କରିବା ସହିତ ନାବାର୍ଡର ଜିଲା ଉନ୍ନୟନ ପରିଚାଳକ ଶ୍ରୀ ବିଶ୍ୱ ଭୁଷଣ ମହାନ୍ତି କହିଲେ ଭାରତ ପୃଥିବୀରେ ଦୁଗ୍ଧ ଉତ୍ପାଦନରେ ଏକ ନମ୍ବର ଦେଶ ଅଟେ । ଶତକଡା ୨୦ ପ୍ରତିଶତ ଦୁଗ୍ଧ ଜାତ ଦ୍ରବ୍ୟ ବିଦେଶକୁ ରତ୍ପାନୀ ହୁଏ । ଜଗତସିଂହପୁର ଦୁଗ୍ଧ ଚାଷ ପାଇଁ ଉପଯୁକ୍ତ ସ୍ଥାନ ଅଟେ । ବାଲିକୁଦା ବ୍ଲ୍ଲକରେ ଦୁଗ୍ଧ ଉଦ୍ୟୋଗ ବିକାଶ ପାଇଁ ପ୍ରକୃଷ୍ଟ ସୁବିଧା ସୁଯୋଗ ରହିଛି । ବ୍ୟକ୍ତିଗତ ଚାଷୀ,ଗୋଷ୍ଠୀ ଆକାରରେ,ଡାଇରୀ ସମବାୟ ସମିତୀ କିମ୍ବା ମିଲ୍କ ୟୁନିୟନ ସଦସ୍ୟ ଭାବରେ ଦୁଗ୍ଧ ଉଦ୍ୟୋଗ ପାଇଁ ବ୍ୟାଙ୍କ ଋଣ ପ୍ରଦାନ କରାଯାଉଛି । ସାଧାରଣ ବର୍ଗର ଚାଷୀଙ୍କ ପାଇଁ ୨୫ପ୍ରତିଶତ ଓ ଅନୁସୂଚିତ ଜାତି ଓ ଜନଜାତି ଚାଷୀଙ୍କ ପାଇଁ ୩୩.୩୩ ପ୍ରତିଶତ ସବସିଡ୍ ପ୍ରଦାନ କରାଯାଉଛି । ଏତଦ୍ ବ୍ୟତୀତ ଦୁଧିଆଳି ଗାଈ ଓ ଭର୍ମି କମ୍ପୋଷ୍ଟ ୟୁନିଟ୍,ଦୁଗ୍ଧ ପ୍ରକ୍ରିୟା କରଣ ୟୁନିଟ୍ ଯନ୍ତ୍ରାଂଶ ଓ ଦୁଗ୍ଧ ଜାତ ଦ୍ରବ୍ୟ ପରିବହନ,ଦୁଗ୍ଧ ଜାତ ଦ୍ରବ୍ୟ ସଂରକ୍ଷଣ ନିମନ୍ତେ ଶୀତଳ ଭଣ୍ଡାର, ଗୁହାଳ ନିର୍ମାଣ ନିମନ୍ତେ ଋଣ ଓ ସବ୍ସିଡ୍ ପ୍ରଦାନ କରାଯାଉଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କହିଲେ ୨୦୧୮-୧୯ ବର୍ଷରେ ୬୩ଟି ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ଜିଲ୍ଲାରେ ୧୪୬ ଜଣ ଚାଷୀଙ୍କୁ ଋଣ ପ୍ରଦାନ କରାଯାଇ ସବସିଡ୍ ମିଳିଛି । ପ୍ରତିଦିନ ଜିଲ୍ଲାରୁ ୨ଲକ୍ଷ ଲିଟର କ୍ଷୀର ବାହାରକୁ ଯାଉଛି । ବ୍ୟାଙ୍କ ମାଧ୍ୟମରେ ୧୪୬ ଚାଷୀଙ୍କୁ ୮୩ କୋଟି ୪୦ ଲକ୍ଷ ଋଣ ପ୍ରଦାନ କରାଯାଇଛି । ଏହାଦ୍ୱାରା ସାଧାରଣ ଲୋକଙ୍କର ଜୀବନ ଜୀବିକାରେ ଉନ୍ନତି,ଅର୍ଥନୈତିକ ଅଭିବୃଦ୍ଧି ଓ ଆମ ନିଯୁକ୍ତି ପାଇ ପାରିଛନ୍ତି । ଆପିକଲର ଜଗତସିଂହପୁର ନୋଡାଲ ଅଫିସର ଶ୍ରୀ ରବିନ୍ଦ୍ର ନାଥ ଦାସ ଯୋଗଦେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବ୍ୟବସାୟିକ ଗାଈ ଓ ମଇଁଷି ପାଳନ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ଯୋଜନାରେ ଚାଷୀଙ୍କୁ ଅଧିକ ସବସିଡ୍ ପ୍ରଦାନ କରାଯାଏ । ଏଲ୍.ଡି.ଏମ୍ ଶ୍ରୀ ସତୀଶ କୁମାର ପାତ୍ର ଯୋଗଦେଇ କହିଲେ ଦୁଗଧ ଚାଷ ନିମନ୍ତେ କେନ୍ଦ୍ର ସରକାରଙ୍କ ନାବାର୍ଡ ମାଧ୍ୟମରେ ଋଣ ପ୍ରଦାନ କରାଯାଉଛି । ବ୍ୟକ୍ତିଗତ ଅପେକ୍ଷା ଗୋଷ୍ଠୀ ମାଧ୍ୟମର ଅଧିକ ଋଣ ପ୍ରଦାନ କରାଯାଉଛି । ଗୋପାଳନ ଦ୍ୱାରା ଅତିରିକ୍ତ ଆୟ ହୋଇପାରୁଛି । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *