Monday , December 5 2022
Breaking News
Home / ବିଶେଷ / ଅଗଷ୍ଟକ୍ରାନ୍ତି ଶହୀଦସ୍ମୃତି କଳସଯାତ୍ରା

ଅଗଷ୍ଟକ୍ରାନ୍ତି ଶହୀଦସ୍ମୃତି କଳସଯାତ୍ରା

(ରକ୍ତତୀର୍ଥ ଇରମରୁ ସଂଗ୍ରାମୀପୀଠ ମାଥିଲି)
ଭୁବନେଶ୍ୱର , ୨୦/୦୮/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ଜିଲ୍ଲା ଅର୍ନ୍ତଗତ ‘ବାସୁଦେବପୁର ତୀର୍ଥ ଯାତ୍ରୀ ସଂଗଠନ’ ତରପରୁ ସର୍ବଶ୍ରୀ ବୈଲୋଚନ ଜେନା, ଜଗବନ୍ଧୁ ନାୟକ, ସଂଗ୍ରାମ ବେହେରା, ବଳରାମ ପାତ୍ର ଓ ଶ୍ରୀମତୀ ବନଲତା ଜେନା ପାପଡ଼ାହାଣ୍ଡିଠାରେ ତା ୨୪.୦୮.୨୦୧୯ରିଖରେ ୧୯ଜଣ ଶହୀଦଙ୍କ ଉତରାଧିକାରୀମାନଙ୍କୁ ‘ସ୍ମୃତିକଳସ’ ପ୍ରଦାନ କରିବାକୁ ତା ୧୯.୦୮.୨୦୧୯ରିଖରେ ଭୁବନେଶ୍ୱରରୁ ରେଳ ଯୋଗେ ଯାତ୍ରା କରିଛନ୍ତି । ନବରଙ୍ଗପୁର ଜିଲ୍ଲାପାଳ ଉତରାଧିôକାରୀମାନଙ୍କୁ ସ୍ମୃତିକଳସ ପ୍ରଦାନ କରିବେ । ତା ୨୧.୦୮.୨୦୧୯ରିଖରେ ‘ମାଥିଲି ଥାନା ସ୍ମୃତିଦିବସ’ ଅବସରରେ ୮ଜଣ ଶହୀଦଙ୍କ ଉତରାଧିକାରୀ ମାନଙ୍କୁ ସ୍ମୃତିକଳସ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ । ଓଡ଼ିଶା ସମାଚାର

Leave a Reply

Your email address will not be published.