Saturday , September 25 2021
Breaking News
Home / ସ୍ୱାସ୍ଥ୍ୟ / ଗୁଆଳିଠାରେ ସ୍ୱାସ୍ଥ୍ୟସେବା ଶିବିରରେ ୨୭୦ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବଂଟନ

ଗୁଆଳିଠାରେ ସ୍ୱାସ୍ଥ୍ୟସେବା ଶିବିରରେ ୨୭୦ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବଂଟନ

 

ସାଲେପୁର,୧୯/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅନ୍ତର୍ଗତ ତରିତୋ ପଂଚାୟତ ଗୁଆଳି ଠାରେ ଏକ ମେଗା ହେଲ୍ଥ୍ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି । ଏମ୍.ଏମ୍. ଡିଜିଟାଲ୍ ସାଉଣ୍ଡ୍ ଏବଂ ବ୍ଲୁ ହୁଇଲ୍ ହସ୍ପିଟାଲର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ହେଲ୍ଥ୍ କ୍ୟାମ୍ପ୍ରେ ୨୭୦ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ମୁଖ୍ୟଅତିଥି ଭାବେ କିଶନନଗର ଥାନା ଆଇ.ଆଇ.ସି. ବାମଦେବ ସ୍ୱାଇଁ ଯୋଗଦେଇ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିର ପରିଚାଳନାରେ ଗୁଆଳି ଗ୍ରାମର ଅନିଲ କୁମାର ବିଶ୍ୱାଳ (ନିଲୁ), ଅରବିନ୍ଦ ବିଶ୍ୱାଳ, ରାଜେଶ ରାଉତରାୟ, ସ୍ୱରାଜ କେଶରୀ ପରିଡ଼ା, ସଂଜିତ୍ ପରିଡ଼ା, ସୁରେଶ ପରିଡ଼ା, ସ୍ମୃତିରଂଜନ ପୁହାଣ, ଅଶ୍ୱିନୀ ପରିଡ଼ା, ବ୍ରହ୍ମାନନ୍ଦ ପରିଡ଼ା, ନିରାମୟ ମହାରଣା, ସୁଶାନ୍ତ ପରିଡ଼ା, ଶରତ ଚନ୍ଦ୍ର ପରିଡ଼ା, ରାକେଶ ପରିଡ଼ା(ପପୁ), ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଶିବାନନ୍ଦ ପରିଡ଼ା, ଦିଲ୍ଲୀପ ପରିଡ଼ା, ନିହାର ରଂଜନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ – ୧୦୧ ଜଣ ଶିଶୁ ଆକ୍ରାନ୍ତ – ୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨/୦୯/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *