କେନ୍ଦ୍ରାପଡା ୧୯/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରବିବାର ବିଦ୍ୟାଳୟ ସ୍ଥରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ପ୍ରଧାନ ଆଚାର୍ଯ୍ୟ ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଅବସର ପ୍ରାପ୍ତ ବିଜ୍ଞାନ ପରିଦର୍ଶକ ନିରଞ୍ଜନ ଜେନା ଓ ସମ୍ମାନୀତ ଅତିଥି ଭାବେ ବିଜୟ କୁମାର ସାମଲ ଯୋଗଦେଇ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ ବିଜ୍ଞାନ ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ କନିଷ୍ଠ ଶିଶୁ ବର୍ଗରୁ ୨୧୭ଜଣ, ଶିଶୁ ବର୍ଗରୁ ୧୯୩ଜଣ, ବାଲ ବର୍ଗରୁ ୧୭୨ଜଣ ଓ କିଶୋର ବର୍ଗରୁ ୮୦ଜଣ ସମେତ ମୋଟ ୬୬୨ଜଣ ପ୍ରତିଯୋଗୀ ଅଶଂ ଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ୧୪୮ଜଣ ନିରିକ୍ଷକଙ୍କ ଦ୍ୱାରା ପୁରସ୍କୃତ ହେବା ପାଇଁ ମନୋନିତ ହୋଇଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଡଃ . ସୁବାଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ବିଜ୍ଞାନ ଭିତିକ ସାରଗର୍ଭକ ଉପଦେଶାମୃତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଜଗସିଂହପୁର ଜିଲ୍ଲାର ସହକାରୀ ଜିଲ୍ଲାପାଳ ଦିଲ୍ଲିପ କୁମାର ନାୟକ ମୁଖ୍ୟ ଅତିଥିଭାବେ ଆସନ ଅଳଙ୍କୃତ କରି ସମାଜ ସେବାରେ ବିଜ୍ଞାନର ଅବଦାନ ଶିର୍ଷକ ଅଭିଭାଷଣ ରଖିଥିଲେ । ବିଜ୍ଞାନ ଆଚାର୍ଯ୍ୟ ସଂଜୟ କୁମାର ସାମଲଙ୍କ ସହ ବିଜ୍ଞାନ ପ୍ରମୁଖ ସନ୍ତୋଷ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ । କୃତୀ ପ୍ରତିଯୋଗିମାନେ ମୁଖ୍ୟ ଅତିଥି ,ସମ୍ମାନୀତ ଅତିଥି ଓ ବିଦ୍ୟାଳୟର ସମ୍ପାଦକ, ପ୍ରଧାନ ଆଚାର୍ଯ୍ୟ ଓ ବରିଷ୍ଠ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ମାଧବ ଚରଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର