Friday , January 21 2022
Breaking News
Home / ତାଜା ଖବର /   ବନ୍ଦ କୋଠରୀ ରୁ ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ପରେ ୩ ଅଟକ

  ବନ୍ଦ କୋଠରୀ ରୁ ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ପରେ ୩ ଅଟକ

 

କଳାହାଣ୍ଡି, ୧୯/୦୮/୨୦୧୯(ଓଡ଼ିଶା ସମାଚାର)- ବେକରେ ଦଉଡିଦେଇ ଜଣେ ଯୁବକ ର ଝୁଲନ୍ତା ମୃତଦେହ ଘର ମଧ୍ୟରେ ଥିବା ଦେଖିବାକୁ ମିଲିଛି। କଳାହାଣ୍ଡି ଜିଳ୍ଳା କଳମପୁର ବ୍ଳକ ମିନଗୁର ପଞ୍ଚାୟତ ଭଇରି ଗ୍ରାମର ଚୈତନ ନାଏକ ନାମକ ଜଣେ ଯୁବକ ଙ୍କ ଝୁଲନ୍ତା ମୃତଦେହ ଘର ଭିତରେ ବେକରେ ରଶି ରେ ଝୁଲୁ ଥିବା ଦେଖି ଯୁବକ ର ମାଁ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି। କିଛିଦିନ ପୂର୍ବରୁ ମୃତ ଯୁବକ ଓ ତାର ବଡବାପା ମଧ୍ୟରେ କୌଣସି କାରଣ କୁ ନେଇ ଝଗଡା ହୋଇଥିଲା ଓ ସେମାନେ ମୋ ପୁଅ କୁ ମାରିଛନ୍ତି ବୋଲି ପୋଲିସ ଆଗରେ ମୃତ ଯୁବକ ର ମା ଅଭିଯୋଗ କରିବା ପରେ ପୋଲିସ ସନ୍ଧାନି କୁକୁର ଆଣି ତଦନ୍ତ କରି କୁକୁର ଦେଇଥିବା ସୁଚନା ଆଧାରରେ ମୃତକ ର ବଡବାପା ନିରାକାର ନାଏକ ଓ ତାଙ୍କ ପୁଅ ଦେବକୁମାର ନାଏକ କୁ ହତ୍ୟା ସନ୍ଦେହ ରେ ଅଟକ ରଖି ତଦନ୍ତ ପାଇଁ ପୋଲିସ ଥାନା କୁ ନେଇଥିବା ସହ ଶବ କୁ ଘରୁ ବାହାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନା କୁ ପଠା ଯାଇଥିବା ନେଇ ଜୟପାଟଣା ଥାନା ଅଧିକାରି ସୁଶାନ୍ତ ସାହୁ ସୁଚନା ଦେଇଛନ୍ତି। ଓଡ଼ିଶା ସମାଚାର

About admin

Check Also

କିସିଣ୍ତା ଥାନା ସମ୍ମୁଖରେ ମହିଳାଙ୍କୁ ହତ୍ୟା

ସମ୍ବଲପୁର ୨୦/୧/୨୦୨୨ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି …

Leave a Reply

Your email address will not be published. Required fields are marked *