Monday , June 27 2022
Breaking News
Home / କୃଷି / ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଚାଷୀ ନାମ ପଞ୍ଜିକରଣ କରାଇଲେ

ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଚାଷୀ ନାମ ପଞ୍ଜିକରଣ କରାଇଲେ

ଗରଦପୁର ୧୯/୦୮/୨୦୧୯(ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ସେବା ସମବାୟ ସମିତରେ ମୋଟ ୮୫୮ଜଣ ଚାଷୀ ସେମାନଙ୍କ ନାମ ପଞ୍ଜିକୃତ କରାଇଥିବା ସମବାୟ ସମିତି ସୂତ୍ରରୁ ଜଣାଯାଇଛି । ପ୍ରକାଶ ଯେ,ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ଠାରେ ଥିବା ପ୍ରାଥମିକ କୃଷି ସେବା ସମବାୟ ସମିତିରେ ବେଡାରୀ ,ପଦ୍ମପୁର ପଞ୍ଚାୟତ ଓ ପାଟକୁରା ପଞ୍ଜାୟତର ମୋଟ ଦୁଇ ଗୋଟି ଗ୍ରାମକୁ ମିଶାଇ ମୋଟ ୧୪ ଗୋଟି ଗ୍ରାମର ୧୨୬୫ ଜଣ ଚାଷୀ ସଦସ୍ୟ ରହିଛନ୍ତି । ଏହି ସବୁ ଚାଷୀମାନଙ୍କ ମଧ୍ୟରୁ ଚଳିତ ବର୍ଷ ୨୦୧୯ ଖରିଫ ପାଇଁ ୮୫୮ ଜଣ ଚାଷୀ ସମିତରୁ ଦେଣ ନେଣ କାରବାର କରିଛନ୍ତି । ସେମାନଙ୍କ ମଧ୍ୟରୁ ଚଳିତ ବର୍ଷ ୨୦୧୯ ଖରିଫ ପାଇଁ ମୋଟ ୮୫୮ ଜଣ ଚାଷୀମାନଙ୍କର ନାମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ନାମ ପଞ୍ଜିକୃତ କରାଯାଇଛି ବୋଲି ବେଡାରୀ ସେବା ସମବାୟ ସମିତିର ସଭାପତି ଚିତ୍ତରଞ୍ଜନ ଚୌଧୁରୀ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କର ନାମ ପଞ୍ଜିକରଣରେ ଆଧାର ନମ୍ବର ସଂଯୋଗ କରାଯିବାର ଯେଉଁ ବ୍ୟବସ୍ଥା ରହିଛି,ସେଥିରେ ଅନେକ ଚାଷୀମାଙ୍କର ନାମ ସହିତ ଆଧାରରେ ଥିବା ନାମ ମେଳ ଖାଉ ନ ଥିବାରୁ କେକେତ ସ୍ଥାନରେ ସମସ୍ୟା ଉପୁଜିଥିଲା । ଓଡ଼ିଶା ସମାଚାର

About admin

Check Also

ଜଳସେଚନ ଜମି ଜବରଦଖଲ ଯୋଗୁଁ ଜଳ ନିଷ୍କାସନ ସମସ୍ୟା ନେଇ ଚିନ୍ତାରେ ଚାଷୀକୂଳ

କେନ୍ଦ୍ରାପଡ଼ା,୨୩/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଜବରଦଖଲ ସମସ୍ୟା ବଢି ବଢି ଚାଲିଛି । ପ୍ରଶାସନର ଉଦାସୀନତା ଯୋଗୁଁ ସାଧାରଣ ଜନତା …

Leave a Reply

Your email address will not be published. Required fields are marked *