ପାରାଦ୍ୱୀପ ୧୯/୦୮/୨୦୧୯(ଓଡ଼ିଶା ସମାଚାର)- ତୈଳବିଶୋଧନାଗାର ଫାଟକ ସମୁଖରେ ବକେୟା ଅର୍ଥ ଦାବିରେ ଗାଡି ମାଲିକ ଓ ଡ୍ରାଇଭର ମାନଙ୍କ ଧାରଣା । ତୈଳ ବିଶୋଧନାଗାର ଅଧିକାରୀ ମାନଙ୍କ ପାଇଁ ପରିବହନରେ ନିୟୋଜିତ ହୋଇଥିବା ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଗାଡି ସହ ଗାଡି ମାଲିକ ମାନେ କାର୍ଯ୍ୟ ବନ୍ଦ ରଖି ଧାରଣା ଦେଇଥିଲେ । ଏମିତିକି ନିୟମାନୁଯାୟୀ ଇପିଏଫ୍, ଇଏସ୍ଆଇ ଓ ସୁରକ୍ଷା ସାମଗ୍ରୀ ଯୋଗାଇ ଦେଉନଥିବା ଅଭିଯୋଗକୁ ନେଇ ଧାରଣା ଦେଇଥିଲେ । ଓଁ ନମଃ ଶିବାୟ ଓ କଳିଙ୍ଗ ଅଚୁତ୍ୟ ଟ୍ରାଭେଲ ନାମକ ଦୁଇ ପରିବହନ ଠିକାଦର ଅଧିନରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଗାଡି ମାସିକ ଭଡା ସୁତ୍ରରେ କାର୍ଯ୍ୟ କରି ଆସୁଥିବା ବେଳେ ଦିର୍ଘ ୭ମାସ ଧରି ଏହି ମାଲିକ ମାନେ ନିଜ ଗାଡିର ଭଡା ଠିକାଦାର ଠିକ୍ ଭାବରେ ଦେଉନଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ନେଇ ବାରମ୍ବାର ଠିକାଦାର ନିକଟରେ ଯେତେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି ମାଲିକ ମାନେ । ଶେଷରେ ବାଧ୍ୟ ହୋଇ ଆଜି ସମସ୍ତ କାର୍ଯ୍ୟ ବନ୍ଦ କରି ଗାଡି ଗାଡିକୁ କମ୍ପାନୀ ଫାଟକ ସମୁଖରେ ରଖି ଧାରଣା ଦେଇଥିଲେ । ତେବେ ଏହି ଧାରଣା ଦେବା ଯୋଗୁ ପ୍ରାୟ ୬ଘଣ୍ଟା ଧରି କମ୍ପାନୀ ଅଧିକାରୀ ମାନଙ୍କର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲା । ଏମିତିକି କମ୍ପାନୀ ଅଧିକାରୀମାନେ କମ୍ପାନୀର ସାଇଡକୁ ଯାଇ ପାରିନଥିଲେ । ତେବେ ଦୀର୍ଘ ୬ଘଣ୍ଟା ପରେ ତୈଳ ବିଶୋଧନାଗାର କର୍ତୃପକ୍ଷ ଓ ଠିକାଦାର ଗାଡି ମାଲିକଙ୍କ ସହ ଆଲୋଚନା କରିବା ପରେ ଆସନ୍ତା ୩୦ ତାରିଖରେ ସମସ୍ତ ବକେୟା ଅର୍ଥ ଦେବାର ପ୍ରତିଶୃତି ଦେବାପରେ ଗାଡି ମାଲିକ ଓ ଡ୍ରାଇଭର ମାନେ ଧାରଣା ରୁ ଉଠିଥିଲେ । ଓଡ଼ିଶା ସମାଚାର
Home / ବ୍ୟବସାୟ ବାଣିଜ୍ୟ / ପାରାଦ୍ୱୀପ ତୈଳ ବିଶୋଧନାଗାର ଫାଟକ ସମ୍ମୁଖରେ ବକେୟା ଅର୍ଥ ଦାବିରେ ଗାଡି ମାଲିକଙ୍କ ଧାରଣା