କେନ୍ଦ୍ରାପଡା ୧୯/୦୮/୨୦୧୯(ଓଡ଼ିଶା ସମାଚାର)- ଏକ ସଡକ ଦୂର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ଚାନ୍ଦବାଲିର ସୁକାନ୍ତ ବଳ(୪୭)ନାମକ ବ୍ୟକ୍ତି ୪ବର୍ଷର ପୁଅ ସହିତ ବାଇକରେ ଯାଉଥିବା ବେଳେ ଆଳି ବଜାରରେ ଦୂର୍ଘଟଣାରେ ସମ୍ମୁଖିନ ହୋଇଥିଲେ । ସେଠାରୁ ଉଭୟଙ୍କୁ ଆମ୍ବୁଲାନ୍ସରେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । କିନ୍ତୁ ଉଭୟଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇଦିଆଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି ।ଓଡ଼ିଶା ସମାଚାର