କେନ୍ଦ୍ରାପଡା ୧୯/୦୮/୨୦୧୯(ଓଡ଼ିଶା ସମାଚାର)- ୫ନମ୍ବର(କ) ଜାତୀୟ ରାଜପଥର ଦୁହୁରିଆ ନିକଟରେ ସୋମବାର ଅପରାହ୍ନରେ ଏକ ଟ୍ରଲିକୁ ଅନ୍ୟଏକ ହାଇୱାଟ୍ରକ ଧକ୍କା ଦେବାରୁ ଟ୍ରଲିଚାଳକକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତା’ର ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରତାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ବିଞ୍ଝାରପୁର ଥାନା ଅନ୍ତର୍ଗତ ବିତିପୁର ଗ୍ରାମର ମୀର ଇସାଙ୍କ ପୁଅ ମୀର ଲୋକମାନ କେନ୍ଦ୍ରାପଡା ସହରସ୍ଥ ଦିଲାରପୁରର ଶଶୁରଘରେ ରହି ଟ୍ରଲିରିକ୍ସା ଚଳାଇ ଜୀବିକା ନିର୍ବାହ କରିଥାନ୍ତି । ସୋମବାର ସେ ଟ୍ରଲି ନେଇ ମାଲ ଆଣିବାକୁ ଯାଇଥିବା ବେଳେ ୫ନମ୍ବର(କ) ଜାତୀୟ ରାଜପଥର ଦୁହୁରିଆ ନିକଟରେ ତାଙ୍କୁ ଏକ ହାଇୱା ଟ୍ରକ ଧକ୍କା ଦେବାରୁ ତାଙ୍କର ବାମଗୋଡଟି ଭାଙ୍ଗିଯିବା ସହ ଡାହାଣ ଗୋଡଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯିବା ପରେ କଟକ ବଡ ଡାକ୍ତରଖାନାକୁ ପଠାଇଦିଆଯାଇଛି । ଓଡ଼ିଶା ସମାଚାର