ଭୁବନେଶ୍ୱର , ୧୯/୦୮/୨୦୧୯(ଓଡ଼ିଶା ସମାଚାର)-ମୁମ୍ବାଇ ଠାରେ ଅନୁଷ୍ଠିତ ନୀତିଆୟୋଗ ବୈଠକରେ ଯୋଗ ଦେବାକୁଯାଇଥିବା ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କୃଷି ଓ ଓଡିଶାର ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ପାଇଁ ୬ ଟି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ସେଠାରୁ ଫେରିବା ପରେ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଉଦ୍ୟାନ କୃଷି , ପଶୁପାଳନ କ୍ଷେତ୍ରରେ ଉନ୍ନତି ଆଣିବା , ଭାଗ ଚାଷୀ ଯେପରି କୃଷି ଋଣ ପାଇପାରିବେ , ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଚାଷ କରିବା, ମତ୍ସ୍ୟ ଚାଷୀଙ୍କୁ ବୀମା ଅର୍ନ୍ତଭୁକ୍ତ କରିବା, କୃଷକର ଦକ୍ଷତା ବିକାଶ ଓ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ ଦେବା ଲାଗି ପ୍ରସ୍ତାବ ସେ ପ୍ରଦାନ କରିଛନ୍ତି । କୃଷି କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିବା ଉଦ୍ଦେଶ୍ୟରେ ମୁମ୍ବାଇରେ ଅନୁଷ୍ଠିତ ନିତି ଆୟୋଗର ଉଚ୍ଚକ୍ଷମତା ସଂପନ୍ନ କମିଟିର ବୈଠଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ରାଜ୍ୟ ପକ୍ଷରୁ ପ୍ରସ୍ତାବ ଦେବା ଅବସରରେ କୃଷି କ୍ଷେତ୍ରରେ କୃଷକ ମାନଙ୍କର ଦକ୍ଷତା ବୃଦ୍ଧି ଓ କୃଷି ଓ କୃଷିଜାତ ଦ୍ରବ୍ୟର ପରିଚାଳନା, କୃଷି ବଜାର ସମ୍ବନ୍ଧୀୟ ଜ୍ଞାନ ଏବଂ ବଳକା କୃଷିଜାତ ଦ୍ରବ୍ୟର ରପ୍ତାନୀ ସମ୍ବନ୍ଧୀୟ ଜ୍ଞାନକୌଶଳ ଆଦିର ବିକାଶ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଦେଇଥିଲେ, ଯାହାଦ୍ୱାରା କୃଷି ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ପାଇପାରିବ । ଏଥି ସହିତ ଫସଲର ବିବିଧ କରଣପ୍ରକ୍ରିୟାରେ ପାରମ୍ପରିକ ଧାନଚାଷ ବଦଳରେ ଅଧିକରୁ ଅôଧକ ଅର୍ଥକରୀ ଫସଲ, ଡାଲି, ତୈଳବୀଜ, ଫଳ,ପନିପରିବା ଓ ସମୟୋପଯୋଗୀ ଚାଷନିମନ୍ତେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି । ବନ୍ୟା,ବତ୍ୟା, ମରୁଡ଼ି ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାରେ ଚାଷ କାର୍ଯ୍ୟ ନିମନ୍ତେ ସାଟେଲାଇଟ୍ ଇମେଜିଂ, ରିମୋଟସେନ୍ସିଂ, ଡାଟା ଆନାଲିସିସ୍ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ କୃଷିକ୍ଷେତ୍ରରେ ବ୍ୟବହାର କରାଯାଇ କୃଷିକୁ ଅଧିକ ଅମଳକ୍ଷମ କରାଯିବା ପାଇଁ ମନ୍ତ୍ରୀ ଡ. ସାହୁ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦେଇଥିଲେ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାବିସ୍ଙ୍କ ଆବାହକତ୍ୱରେ ଅନୁଷ୍ଠିତ ନିତିଆୟୋଗର ଉଚ୍ଚକ୍ଷମତା ସଂପନ୍ନ ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ,ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ କମଲନାଥଙ୍କ ସହ ଉତରପ୍ରଦେଶର କୃଷିମନ୍ତ୍ରୀ, ପଞ୍ଜାବର ଅର୍ଥମନ୍ତ୍ରୀ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ବୈଠକରେ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ଭିନ୍ନ ଭିନ୍ନ ପଣ୍ୟଦ୍ରବ୍ୟର ବିକ୍ରିକୁ ନିୟନ୍ତ୍ରିତ କରାଯାଉଥିବା ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ କୃଷିଜାତ ଦ୍ରବ୍ୟ ପାଇଁଗୋଟିଏ ବଜାର ପ୍ରତିଷ୍ଠା ଦିଗରେ ଆଇନ ପ୍ରଣୟନ କରାଯିବା ଉପରେ ଆଲୋଚନା ହୋଇଥିଲା । ଇ-ନାମ୍ ସହିତ ସବୁ ରାଜ୍ୟର ନିୟନ୍ତ୍ରିତ ବଜାର କମିଟିମାନଙ୍କୁ ଯୋଡ଼ା ଯାଇ ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ଅନଲାଇନ୍ ପ୍ଲାଟ୍ଫର୍ମ ମାଧ୍ୟମରେ ବିକ୍ରି କରିବାର ସୁଯୋଗଦିଆଯିବ । କଂଟ୍ରାକ୍ଟ ଫାର୍ମିଂ ଆଇନ ପ୍ରଣୟନ କରି ବଡ଼ ବଡ ମାର୍କେଟିଂ କମ୍ପାନୀଗୁଡ଼ିକ କୃଷି କ୍ଷେତ୍ରରେ ପୁଂଜିନିବେଶ କରିବା ଦିଗରେ ଆଗ୍ରହୀ କରାଯିବା ଉପରେ ଆଲୋଚନାହୋଇଥିଲା । ଏହା ଦ୍ୱାରା ଚାଷୀମାନଙ୍କର ବଳକା ସାମଗ୍ରୀ ସହଜରେ ବିକ୍ରି ହେବା ସହିତ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଏଥି ସହିତ ଏହି ଆଇନରେ ଚାଷୀମାନଙ୍କୁ ଯେପରି ଶୋଷଣରୁ ରକ୍ଷା କରାଯାଇପାରିବ ସେ ସଂପର୍କରେ ପ୍ରାବଧାନ ରଖାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । କୃଷିକ୍ଷେତ୍ରରେ ରପ୍ତାନୀ ବୃଦ୍ଧି ନିମନ୍ତେ ବିଭିନ୍ନ ରପ୍ତାନୀ ପୁଞ୍ଜକୁ ବିକଶିତ କରାଯିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ଏହା ଫଳରେ କନ୍ଧମାଳର ହଳଦୀ, କୋରାପୁଟର ଅଦା ଆଦିର ବହୁଳ ରପ୍ତାନୀ ଦିଗରେ ସୁଯୋଗ ସୃଷ୍ଟି ହୋଇପାରିବ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ସୁଧାର ଆଣି ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ କିଛି ଦିନ ମହଜୁଦ ରଖି ଠିକ୍ ସମୟରେ ବଜାରରେ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇବାର ସୁବିଧା ଯୋଗାଇଦେବା ଉପରେ ବୈଠଳରେ ପ୍ରସ୍ତାବ ଦିଆଯାଇଥିଲା । ଚାଷୀମାନେ ବିଭିନ୍ନ ରାଜ୍ୟର ତଥା ବିଦେଶରେ ବ୍ୟବହୃତ ହେଉଥିବା ସଫଳ ଉନ୍ନତମାନର ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଅଧିକ ଅମଳ କରିପାରବେ ସେଥିପାଇଁ ପ୍ରସ୍ତାବ ଦେବା ସହିତ କୃଷି କ୍ଷେତ୍ରରେ ଅଧିକରୁଅଧିକ ଘରୋଇ ପୁଂଜି ନିବେଶ ଉପରେ ଗୁରୁତ୍ୱ ଦେବା ଉପରେ ପ୍ରସ୍ତାବ ଦିଆଯାଇଥିଲା । ବୈଠକରେ ଖାଦ୍ୟ ପ୍ରକ୍ରିୟାକରଣ, ଆନ୍ତର୍ଜାତୀୟ ବଜାର ସର୍ବେକ୍ଷଣ, ରପ୍ତାନୀ ନୀତିକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରିବା,ଇସ୍ରାଏଲ୍ ଢାଂଚାରେ ଜିଲ୍ଲାସ୍ତରରେ କୃଷିକ୍ଷେତ୍ରରେ ବେସରକାରୀ ଉଦ୍ୟମରେ ଉକ୍ରର୍ଷ କେନ୍ଦ୍ର ସ୍ଥାପନ, ଭାରତର କୃଷିଜାତ ଦ୍ରବ୍ୟକୁ ବିଶ୍ୱ ମାନର କରିବା ଦିଗରେ ନୂତନ ପ୍ରଯୁକ୍ତି ବିଦ୍ୟା, କୃଷି ଯନ୍ତ୍ରପାତି, ବିହନ ଆମଦାନୀ ଦିଗରେ ନିୟମ କୋହଳ କରିବା, ଖାଇବା ତେଲ ଆମଦାନୀକୁ କମ କରିବା ପାଇଁ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଆଦି ବିଷୟ ଉପରେ ରାଜ୍ୟମାନଙ୍କ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ସଦସ୍ୟ ରାଜ୍ୟ ସହିତ ଅନ୍ୟ ରାଜ୍ୟମାନେ ଏ ଦିଗରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପ୍ରସ୍ତାବ ଦେଲେ ତାହାକୁ ବିଚାର କରି ପରବର୍ତୀ ବୈଠକରେ ଚୂଡ଼ାନ୍ତ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ବୈଠଳରେ ନିଷ୍ପତି ନିଆଯାଇଥିଲା । ଏହା ଦ୍ୱାରା କେନ୍ଦ୍ର ସରକାର କୃଷି ନୀତିରେ ଆବଶ୍ୟକୀୟ ପରିବର୍ତନ ଆଣିପାରିବେ । ବୈଠକରେ ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନସଚିବ ଡ. ସୌରଭ ଗର୍ଗ ମଧ୍ୟ ଯୋଗଦେଇଥିଲେ । ଓଡ଼ିଶା ସମାଚାର