Thursday , October 6 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଫକୋ ସାମୁହିକ ବୃକ୍ଷରାପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଇଫକୋ ସାମୁହିକ ବୃକ୍ଷରାପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରାଦ୍ୱୀପ ୧୯/୦୮/୨୦୧୯(ଓଡ଼ିଶା ସମାଚାର)-କଟକ-ଚାନ୍ଦବାଲି ରୋଡ଼୍ ସୁକରପଡା ନିକଟସ୍ଥ ରାସ୍ତା ପାଶ୍ୱର୍ରେ ଇଫକୋ ପାରାଦ୍ୱୀପ ୟୁନିଟ ଓ ନିଉ୧୧ ଓ କଟକରେ ଯୁବମୋର୍ଚ୍ଚା ସଂସ୍ଥାର ମିିଳିତ ଆନୁକୁଲ୍ୟରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକକ ପ୍ରେମାନନ୍ଦ ପରିଡା ମୁଖ୍ୟ ଅତିଥିଭାବେ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଫକୋ ପ୍ରଶାସନିିକ ଅଧିକାରୀ ପ୍ରସନ୍ନ କୁମାର ବେଉରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିବାବେଳେ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ମହାପାତ୍ର, ସାମାଜିକ କର୍ମୀ ବିଜନ ରଏ, ବୁନୁ ମିଶ୍ର, ବୀର କିଶୋର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଇଂ ନଳୀନ ରଥ ଓ ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ପଣ୍ଡା ପରିଚାଳନା କରିଥିବାବେଳେ ଅଶୋକ କୁମାର ପଣ୍ଡା , ଜଗନ୍ନାଥ ମହାନ୍ତି, ନିରୁପମା ଦାସ ଓ ସନ୍ତୋଷ କୁମାର ଜେନା ଏଥିରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.